ତାଣ୍ଡବ ରଚୁଛି କାଳବୈଶାଖୀ, କେଉଁଠି ଘର ଭାଙ୍ଗୁଛି ତ କେଉଁଠି ଫସଲ ନଷ୍ଟ ହେଉଛି

ବାଲେଶ୍ୱର : ତାଣ୍ଡବ ରଚୁଛି କାଳବୈଶାଖୀ । କେଉଁଠି ଘର ଭାଙ୍ଗୁଛି ତ କେଉଁଠି ଫସଲ ନଷ୍ଟ ହେଉଛି ।  କାଳବୈଶାଖ ପ୍ରଭାବରେ ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧିନ ନୟାଖଣ୍ଡି ପଞ୍ଚାୟତ ଭିତରକନିକା ଗାଁର ଜୀବନ କିଶୋର ଦାସଙ୍କ ୪ ବଖରା ଘର ନଷ୍ଟ ହୋଇଛି । ଗତକାଲି ଅପରାହ୍ନ ସମୟରେ ହଠାତ କାଳବୈଶାଖୀର ପ୍ରଭାବରେ ପବନ ହୋଇଥିଲା । ଏଥିରେ ଜୀବନ କିଶୋର ଦାସଙ୍କ ଆଜବେଷ୍ଟ ଛପର ଭାଙ୍ଗିଯିବା ସହିତ ଏହାକୁ ପବନ ଉଡେଇ ନେଇଥିଲା । ଫଳରେ ପରିବାର ଲୋକେ ସହାୟତା ପାଇଁ ଦାବି କରିଛନ୍ତି ।

ଅନ୍ୟପଟେ ଗତକାଲି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଛୁଇଁଛି ମୌସୁମୀ । ଜୁନ ୧ରେ କେରଳ ଛୁଇଁବା ନେଇ ଆକଳନ କରିଥିଲା ଆଇଏମଡି । ମୌସୁମୀ ବାୟୁ ଛୁଇଁବା ପରେ କେରଳର ଅନେକ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଛି । ତେବେ ମୌସୁମୀ ବାୟୁ ଓଡ଼ିଶା କେବେ ଛୁଇଁବ ସେ ନେଇ କିଛି ଆକଳନ କରାଯାଇ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ କହିଛନ୍ତି ।

Leave a Reply

Your email address will not be published. Required fields are marked *