ଗୋୟାଶୂର ନୋଡାଲ ଉ: ପ୍ରା: ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିଦାୟ

ଜଳେଶ୍ୱର : ସମୟର କଣ୍ଟା ଟିକ ଟିକ କରି ଆଗକୁ ସବୁବେଳେ ମାଡି ଚାଲିଥାଏ ଏବଂ ଆମକୁ ସମୟର ସୂଚନା ଦେଇ ଥାଏ ! ଯିଏ ଜନ୍ମ ନେଇ ଥାଏ ସେ ଦିନେନା ଦିନେ ମୃତୁ ବରଣ କରିଥାଏ ତାକୁ ଆମେ ଚିର ବିଦାୟ ଦେଇଥାଉ ମାତ୍ର ଆଜିର ଯେଉଁ ବିଦାୟ ତାହା ଚିର ବିଦାୟ ନୁହେଁ ଏହା ହେଉଛି କର୍ମ ଜୀବନର ବିଦାୟ ଏହା ଦେଖିବାକୁ ମିଳିଛି ଜଳେଶ୍ୱର ମ୍ୟୁନସିପାଲଟି ଅନ୍ତର୍ଗତ ନହନଜରା ଗ୍ରାମର ଗୋୟାଶୂର ନୋଡାଲ ଉ: ପ୍ରା: ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ରାଉଳଙ୍କ କ୍ଷେତ୍ରରେ
ସେ 2013 ମସିହାରେ ଏହି ବିଦ୍ୟାଳୟରେ ଯୋଗ ଦେଇ 1/3/2019 ରେ ବିଦାୟ ନେଇ ଛନ୍ତି

ସେ ଏକା ଧାରାରେ ଜଣେ ଆଦର୍ଶ ଶିକ୍ଷକ ,ଜଣେ ଗାଳ୍ପିକ ଓ ,କବି ଅଟନ୍ତି ! ସେଏହି ବିଦ୍ୟାଳୟକୁ ଜଳେଶ୍ୱର ଶିକ୍ଷା ଅନୁଷ୍ଠାନ ମଧ୍ୟରେ ଆଦର୍ଶ ବିଦ୍ୟାଳୟ ଭାବରେ ସ୍ଥାନ ଦେଇ ଛନ୍ତି l
ସେ ପିଲା ମାନଂକୁ ନିଜର ପିଲା ପରି ଭାବୁଥିଲେ ଏବଂ ଭଲ ଶିକ୍ଷା ଦେଉ ଥିଲେ l
ଆଜିର ଏହି ବିଦାୟ ସମ୍ବର୍ଧନା ଉତ୍ସବରେ ଜଳେଶ୍ୱର ଗୋଷ୍ଠୀ ଶିକ୍ଷା ଧିକାରୀ ବିଜୟ କୁମାର ନାଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତର ନ୍ନାଥ ଜଗନ୍ନାଥଙ୍କ ପାଦ ତଳେ ଧୂପ ଦେଇ ଥିଲେ ଏବଂ ବିଦ୍ୟାଳୟର ଶିକ୍ଷୟିତ୍ରୀ ଆରତୀ ଵାଲା କର,ପୁଷ୍ପଲତା ପ୍ରଧାନ ,ସ୍ପନ୍ଦିତା ଜେନା,ପୁର୍ଣିମା ମହାପାତ୍ର,ପ୍ରଜ୍ଞା ରାଣୀ ଜେନା,ରାସମଣୀ ଜେନା,crc ପଂକଜ ଜେନା ଏବଂ ବହୁତ ଶିକ୍ଷକ ଯୋଗ ଦେଇ ଥିଲେ ଓ ବିଦ୍ୟାଳୟର ପିଲା ମାନେ ଏହି ସଭାରେ ଉପସ୍ଥିତ ରହି ତାଙ୍କୁ ବିଦାୟ ଦେଇଥିଲେ ଏବଂ ବିଦ୍ୟଳ ର ମେନେଜିଙ୍ଗ କମିଟି ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *