ବଣାଇ : ରାଉରକେଲା ପୋଲିସ ଜିଲ୍ଲାର ବଣାଇ ଉପଖଣ୍ଡ କେନାଭେଟା ଗ୍ରାମରେ ଆଜି ପୂର୍ବାହ୍ନରେ ବଣାଇ ପୋଲିସ ପକ୍ଷରୁ ଏକ ସଚେତନତା ଓ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି ।

ମୂଖ୍ୟ ଅତିଥି ଭାବେ ଵଣାଇ ଥାନାର ଭାରପ୍ରାପ୍ତ ଅଧିକାରୀ ରଞ୍ଜନ କୁମାର ନାଏକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପୋଲିସ ବିଭାଗ ସହିତ ଜନସାଧାରଣଙ୍କ ସୁସମ୍ପର୍କ ସ୍ଥାପନ ନିମନ୍ତେ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ବର୍ତ୍ତମାନ ଇଣ୍ଟରନେଟର ଦୁନିଆରେ ସାଧାରଣ ବ୍ୟକ୍ତି ସାଇବର ଠକଙ୍କ ଜାଲରେ ଛନ୍ଦି ହୋଇ ପଡିଥିବା ବେଳେ, ରାଜ୍ୟର କୋଣ ଅନୁକୋଣରେ ସାଇବର ଠକମାନେ ଆକ୍ଟିଭ ହୋଇ ଜନସାଧାରଣଙ୍କୁ ଠକେଇ କରିବାରେ ବ୍ୟସ୍ତ ଅଛନ୍ତି । ବଡ଼ ବଡିଆଙ୍କ ଠାରୁ ଆରମ୍ଭ କରି ଗରିବ ଶ୍ରେଣୀର ଲୋକଟିଏ ମଧ୍ୟ ଏମିତି ଠକଙ୍କ ଜାଲରେ ପଡୁଛନ୍ତି। ଭିନ୍ନ ଭିନ୍ନ ପନ୍ଥା ଆପଣେଇ ଲୋକଙ୍କ ଟଙ୍କା ଲୁଟ କରୁଥିବା ବେଳେ ଅନେକ ସମୟରେ ଫୋନ୍ କୁ ଫେକ୍ କଲ୍ ଆସି ଲୋଭନୀୟ ଅଫର ଦେଇ ଲୋକଙ୍କ ଅଜାଣତରେ ଟଙ୍କା ଲୁଟି ନେଉଛନ୍ତି।
ତେଣୁ ଏ ସମସ୍ତ ପ୍ରକାର ଅପରାଧିକ କାର୍ଯ୍ୟକଳାପ ସହିତ ଅନଲାଇନ୍ ଠକେଇରୁ ଆମେ ସମସ୍ତେ କିପରି ଭାବରେ ସୁରକ୍ଷିତ ରହିପାରିବା ସେ ସମ୍ପର୍କରେ ମଧ୍ୟ ମୁଖ୍ୟ ଅତିଥି ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ କେନାଭେଟା ପଞ୍ଚାୟତର ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ସଭ୍ୟ ସଭ୍ୟାଙ୍କ ସମେତ ଗ୍ରାମର ଅନେକ ଜନସାଧାରଣ ଉପସ୍ଥିତ ରହିଥିଲେ ।
