ଅସ୍ଵାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଗୁପଚୁପ୍, ସିଏମସିର ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ଚଢଉ

କଟକ : ଅସ୍ଵାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଗୁପଚୁପ୍ । କଟକ ଶଙ୍କରପୁରରେ ଚଢଉ କଲା ସିଏମସିର ଖାଦ୍ୟ ସୁରକ୍ଷା ବିଭାଗର କର୍ମଚାରୀ । ଘର ଆଗରେ ଡମ୍ପିଂ ୟାର୍ଡ ରହିଥିବାବେଳେ, ଘର ବାହାରେ ଚାଲିଛି ଗୁପଚୁପ୍ ତିଆରି । ଏହା ସହ ଗୁପଚୁପ୍ ତିଆରି ବ୍ୟବହାର ହେଉଥିବା ପାଣି ଅତ୍ୟନ୍ତ ଅପରିସ୍କାର, ଗୁପଚୁପ ତିଆରି ହେଉଥିବା ତେଲ ମଧ୍ୟ ପୋଡା ।  ଏହା ସହ ଗୁପଚୁପରେ ବ୍ୟବହାର ହେଉଥିବା ଆଳୁ ପଚା ଓ ଅତି ନିମ୍ନମାନର ହେଉଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି । ସ୍ବାସ୍ଥ୍ୟକର ପରିବେଶରେ ଗୁପଚୁପ ତିଆରି ପାଇଁ ସତର୍କ କରିଛି ସ୍ବାସ୍ଥ୍ୟ ବିଭାଗ ।

ସକାଳୁ ସକାଳୁ ମାର୍କେଟକୁ ବିକ୍ରୀ ପାଇଁ ନେବା ପୂର୍ବରୁ ହିଁ ଚଢାଉ କରାଯାଇଥିଲା । ତଳେ ଅତି ଅପରିଷ୍କାର ସ୍ଥାନରେ ଗୁପଚୁପଗୁଡିକ ଶୁଖାଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ପାଖାପାଖି ୫୦ କିଲୋର ଗୁପଚୁପ ଫିଙ୍ଗିଥିଲେ କର୍ମଚାରୀ । ତାଙ୍କୁ ଫାଇନ ମଧ୍ୟ କରାଯିବ । ତେବେ ଖାଦ୍ୟ ସୁରକ୍ଷା ବିଭାଗର କର୍ମଚାରୀଙ୍କ କହିବାନୁଯାୟୀ ଆଜି ପାଇଁ ଖାଦ୍ୟ ନଷ୍ଟ କରିଦେଲୁ ସତ ହେଲେ, ଏ ଜିନିଷକୁ ପରେ ମନିଟର କରିବାକୁ ପଡିବ । ଏହାପରେ ତାଙ୍କୁ ଏକ ଟ୍ରେନିଂ ଦିଆଯିବ । କିପରି ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ରକ୍ଷଣାବେଷଣ ଉପରେ ଧ୍ୟାନ ଦେବେ ସେନେଇ ଏକ ଟ୍ରେନିଂ ଦିଆଯିବ ।

Leave a Reply

Your email address will not be published. Required fields are marked *