ଭୁବନେଶ୍ୱର : ରାଜଧାନୀରେ ଫାଷ୍ଟଫୁଡ଼ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ୪ ଜଣ ଦୁର୍ବୃତ୍ତ ୨ ବାଇକରେ ଆସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ଯେଉଁଥିରେ ଯୁବକଙ୍କର ଦୁଇଟି ହାତକୁ ହାଣିଥିଲେ ଦୁର୍ବୃତ୍ତ । ଆହତ ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ଵର ସୁନ୍ଦରପଦା ବୋତଣ୍ଡା ଛକରେ ଥିବା ଫାଷ୍ଟ ଫୁଡ ଦୋକାନରେ ଘଟିଛି ଘଟଣା ଏଭଳି ଘଟଣା । ଏନେଇ ଏୟାରଫିଲଡ଼ ଥାନାରେ ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ଦୁର୍ବୁତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।
ସୂଚନା ପାଇ ଘଟଣା ସ୍ଥଳରେ ଏୟାରଫିଲଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି । ତେବେ ରାଜ୍ୟ ରାଜଧାନୀରେ ବଢିଚାଲିଛି ଅପରାଧ ପ୍ରତ୍ୟେକ ଦିନ ହଣାମରା, ଲୁଟ୍ ପରି ସାଙ୍ଘାତିକ ଘଟଣାମାନ ଘଟିଚାଲିଛି । ଏହାକୁ ରୋକିବାରେ ଅସଫଳ ହୋଇଛନ୍ତି ରାଜ୍ୟସରକାର । ପୋଲିସ୍ ମଧ୍ୟ ଏସବୁ ଘଟଣାରେ କେବଳ କେସ୍ ଫାଇଲ କରି ବସିଯାଉଛି । କଡା କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବାରୁ ରାଜଧାନୀରେ ଅପରାଧ ବଢିବାରେ ଲାଗିଛି ।
