କାମାକ୍ଷାନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଓଲଟିଲା ଶ୍ରମିକ ବୋଝେଇ ଆଇଚର ଟ୍ରକ, ଦୁର୍ଘଟଣାରେ ୨୦ ଜଣ ଶ୍ରମିକ ଆହତ

କାମାକ୍ଷାନଗର : କାମାକ୍ଷାନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଓଲଟିଲା ଶ୍ରମିକ ବୋଝେଇ ଆଇଚର ଟ୍ରକ । ଫଳରେ ଦୁର୍ଘଟଣାରେ ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ବଡଝରା ଗାଁ ନିକଟରେ ଟ୍ରକ ଘଟିଛି ଏହି ଦୁର୍ଘଟଣା ।

ଗୁରୁତରଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଶ୍ରମିକ ସୁକିନ୍ଦା-ଅନୁଗୁଳ ନୂତନ ରେଳପଥରେ ନିୟୋଜିତ ନାଗାର୍ଜୁନ କନଷ୍ଟ୍ରକସନର ହୋଇଥିବା ସୂଚନା । ମୁକ୍ତାପଶିରୁ କମଳାଙ୍ଗ ଯାଉଥିବା ବେଳେ ଡିଭାଇଡରରେ ପିଟିହୋଇ ରାସ୍ତାରେ ଓଲଟି ପଡିଥିଲା ।

Leave a Reply

Your email address will not be published. Required fields are marked *