ବାସୁଦେବପୁର : ଫେସବୁକରୁ ପ୍ରେମ ଓ ପରେ ବିବାହ । ଶେଷରେ ଜଣେ ପୁରୁଷକୁ ବିବାହ କରିଥିବା ଜଣାପଡିଲା । ବାସୁଦେବପୁର ବ୍ଲକ କସିଆ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସ୍ଥାନୀୟ ଅଞ୍ଚଳରେ ଗତ ୨ ଦିନ ଧରି ଚର୍ଚ୍ଚା ଜୋର ଧରିଛି । ସମସ୍ତଙ୍କୁ ଏହା ଚକିତ କରିଛି । ପ୍ରେମିକ ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲାର ଆଲୋକ ମିସ୍ତ୍ରୀ ହେଇଥିବାବେଳେ ପ୍ରେମିକା କେନ୍ଦ୍ରାପଡା ରାମ ନଗର ଅଂଚଳର ମେଘନା ମଣ୍ଡଳ ।
ଉଭୟଙ୍କ ମଧ୍ୟରେ ଫେସବୁକରୁ ପ୍ରେମ ହେଇଥିଲା । ହେଲେ ମେଘନା ଜଣେ ପୁଅ ବୋଲି ଆଲୋକ ଜାଣିପାରିନଥିଲେ । ଦୀର୍ଘ ଦିନର ବନ୍ଧୁତା ପରେ ଗତ ୨୪ ତାରିଖରେ ଉଭୟଙ୍କ ବାହାଘର ହେଇଥିଲା । ପରେ ବାସୁଦେବପୁର ସ୍ଥିତ ଆଲୋକଙ୍କ ସମ୍ପର୍କୀୟଙ୍କ ଘରକୁ ଆସଥିଲେ । ପରେ ଆଲୋକ ତାଙ୍କ ସ୍ତ୍ରୀଙ୍କ ଉପରେ ସନ୍ଦେହ ହେବାରୁ ମେଘନାକୁ ଉଲଗ୍ନ କରିବା ପରେ ସେ ଜଣେ ପୁଅ ବୋଲି ଜାଣିବାକୁ ପାଇଥିଲେ ।
ପରେ ମେଘନାକୁ ଗାଁଲୋକେ ଉତମ ମଧ୍ୟମ ଦେବା ସହିତ ତାଙ୍କ ଚୁଟି କାଟି ପୁଅ ବେଶ କରିଥିଲେ । ପୁଅ ହେଇ ଝିଅ ପରିଚୟ ଦେଇ ଆଲୋକଙ୍କୁ ଠକିଥିଲେ । ଏ ସମ୍ପର୍କରେ ମେଘନାର ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ମେଘନାର ପରିବାର ଲୋକ ପହଞ୍ଚିବା ପରେ ଗାଁଲୋକ ମେଘନାକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।
