କରଡ଼ା : ପରିତ୍ୟକ୍ତ କୂଅରେ ପଡ଼ି ଫସିଲା ଛୁଆ ହାତୀ । ଜଙ୍ଗଲ ନିକଟ ଗାଁରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଯାଇଛି ହାତୀ ଛୁଆଟି । ଗଞ୍ଜାମ-କନ୍ଧମାଳ ଜିଲ୍ଲା ସୀମାନ୍ତ କରଡ଼ା ରେଞ୍ଜ ବାରବା ବନାଞ୍ଚଳ ପଳାଶପଲ୍ଲୀ ଗାଁ ନିକଟସ୍ଥ କୂଅରେ ଫସି ରହିଛି ହାତୀ । ତାକୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ବାରବା ବନ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି ।
ହାତୀକୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେନେଇ ସମସ୍ତ ଉଦ୍ୟମ କରାଯାଉଛି । ୧୭ ଟିକିଆ ହାତୀପଲରୁ ହାତୀ ଛୁଆଟି ଅଲଗା ହୋଇ କୂଅରେ ପଡ଼ିଥିବା ଅନୁମାନ କରାଯାଉଛି ।
ଏହି ଅଞ୍ଚଳରେ ଆମ୍ବ, ପଣସ ଓ କଦଳୀ ଗଛ ପ୍ରଚୁର ଥିବା ବେଳେ, ଗତକାଲି ରାତିରେ ଏହି ହାତୀ ପଲରେ ଥିବା ଏକ ହାତୀ ଛୁଆ କୌଣସି କାରଣରୁ କୂଅକୁ ଖସିଯାଇଥିଲା । ଆଜି ସ୍ଥାନୀୟ ଅଞ୍ଚଳର କିଛି ଲୋକ ହାତୀ ଛୁଆଟିକୁ କୂଅରେ ପଡିବାର ଦେଖି ବନବିଭାଗକୁ ଖବର ଦେଇଥିଲେ ।
