ଖୋର୍ଦ୍ଧା : ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରୀକ ତ୍ରୁଟି କାରଣରୁ ଚିଲିକା ମଝିରେ ଫସିଲା ଡଙ୍ଗା । ଡଙ୍ଗାରେ ୪୦ ଜଣ ଯାତ୍ରୀ ଅଛନ୍ତି । ଏହା ସହ ୯ଟି ବାଇକ୍ ମଧ୍ୟ ଡଙ୍ଗାରେ ଅଛି । ଯାତ୍ରୀଙ୍କୁ ଧରି ଜହ୍ନିକୁଦା ଘାଟରୁ ସାତପଡା ଅଭିମୁଖେ ଡଙ୍ଗାଟି ଯାତ୍ରା କରୁଥିଲା । ଡଙ୍ଗାର ମେସିନ୍ ପ୍ଲେଟ୍ ଭାଙ୍ଗିଯାଇଥିବା ସୂଚନା ମିଳିଛି ।
ତେବେ ଡଙ୍ଗା ଚାଳକ ଯାତ୍ରୀମାନଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ, ଆବଶ୍ୟକ ଠାରୁ ଅଧିକ ଯାତ୍ରୀଙ୍କୁ ଡଙ୍ଗାରେ ନେବା ଯୋଗୁଁ ବାରମ୍ବାର ଏପରି ଘଟୁଥିବାବେଳେ, ନା ଲୋକେ ଚେତୁଛନ୍ତି ନା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉଛନ୍ତି ।
