ଜଳେଶ୍ବର : ଜଳେଶ୍ବରରେ ବାଲି ମାଫିଆଙ୍କ ଆତଙ୍କରାଜ । ପ୍ରଶ୍ନ ପଚାରିବାରୁ ରାଜସ୍ବ କର୍ମଚାରୀଙ୍କ ଉପରେ ଆକ୍ରମଣ । ଏଭଳି ଘଟଣାକୁ ନେଇ ଗଡ଼ସାହି ବାଲିଆପାଳ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ବେଆଇନ ବାଲି ଚାଲାଣ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଁଚିଥିଲା ରାଜସ୍ବ ବିଭାଗର ଟିମ୍ ।
ସୂଚନା ଥିଲା ସୁବର୍ଣ୍ଣରେଖାରୁ ୧୦୦ ରୁ ଅଧିକ ଲୋକ ବାଲି ଉଠାଇ ଟ୍ରାକ୍ଟର ସାହାଯ୍ୟରେ ବାଲି ବିକ୍ରି କରୁଥିଲେ । ତେବେ ରାଜସ୍ବ ବିଭାଗ ସେଠି ପହଁଚିହବା ପରେ ଗାଡ଼ିକୁ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କ ମୋବାଇଲ ମଧ୍ୟ ଛଡ଼ାଇ ନେଇଥିଲେ ।
ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ତେବେ ଏଠି ବଡ଼ ପ୍ରଶ୍ନ ଉଠୁଛି କାହା ଛତ୍ରଛାୟା ତଳେ ରହି ଏଭଳି ଆକ୍ରମଣ କରିଛନ୍ତି ବାଲି ମାଫିଆ ।
