ମେଷ : ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ । ଅଫିସର କାମ ନେଇ ଅଧିକ ବ୍ୟସ୍ତ ରହିବେ । ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ ।
ବୃଷ : ସବୁ କାମ ସହଜରେ ସଂପୂର୍ଣ୍ଣ ହେବ । କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ । ଜୀବନସାଥୀ ଆପଣଙ୍କର ସଚ୍ଚୋଟତା ଦେଖି ପ୍ରଭାବିତ ହେବେ ।
ମିଥୁନ : ଆପଣଙ୍କର ଧ୍ୟାନ ଆଧ୍ୟତ୍ମିକ ଦିଗରେ ଲାଗି ରହିବ । ଆତ୍ମୀୟ ସ୍ବଜନଙ୍କ ସହ ସମ୍ବନ୍ଧ ମଜଭୁତ ହେବ । ଚାକିରିଆଙ୍କର ମନ ଚାହୁଥିବା ଅଞ୍ଚଳକୁ ବଦଳି ହେବ ।
କର୍କଟ : ମନ ଅଶାନ୍ତି ମୁକ୍ତ ରହିବ । ନୂଆ କାମରେ ରୁଚି ବଢ଼ିବ । ପରିବାର ସହ ବାହାରକୁ ବୁଲି ଯିବାର ଯୋଜନା କରିବେ । ଖର୍ଚ୍ଚ ବୃଦ୍ଧି ପାଇବାର ସମ୍ଭାବନା ଅଛି ।
ସିଂହ : ଭାବିଥିବା କାମ ଧୀରେ ଧୀରେ ସଂପୂର୍ଣ୍ଣ ହେବ । ଅଜଣା ବ୍ୟକ୍ତିଙ୍କ ବ୍ୟବହାର ନେଇ ମନ ଟିକେ ଖରାପ ହେବ । ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ।
କନ୍ୟା : ଅଫିସରେ ଆପଣଙ୍କ କାମ ପ୍ରଶଂସିତ ହେବ । କ୍ୟାରିୟରରେ ନୂଆ ସୁଯୋଗ ପାଇବେ । ଅବିବାହିତଙ୍କର ବିବାହ ଲାଗି କଥାବାର୍ତ୍ତା ଆରମ୍ଭ ହେବ ।
ତୁଳା : ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ । ରାସ୍ତାରେ ଯିବାବେଳେ ପ୍ରିୟବନ୍ଧୁ ସହ ଦେଖା ହୋଇପାରେ । ଜମି ସମସ୍ୟା ସମାପ୍ତ ହୋଇଯିବ ।
ବିଛା : ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ । ନୂଆ ବେପାର କରିବାକୁ ଚାହୁଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଅଫିସରେ କାମ ସଂପୂର୍ଣ୍ଣ କରିବା ପାଇଁ ସମୟ ଲାଗିବ ।
ଧନୁ : ଶକ୍ତିକୁ ଭଲ କାମରେ ଲଗାଇବେ । କଳାକାରଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିବ । ଜୀବନସାଥୀଙ୍କ ସହଯୋଗ ଦ୍ୱାରା ଆପଣଙ୍କର କାମ ସଂପୂର୍ଣ୍ଣ ହେବ ।
ମକର : କୌଣସି ଖୁସି ଖବର ପାଇବେ । ଅଫିସରେ ସହକର୍ମୀଙ୍କର ପୂରା ସହଯୋଗ ପାଇବେ । ନିଜ କ୍ୟାରିୟରରେ ସଫଳତାର ଖୁବ୍ ନିକଟତର ହେବେ ।
କୁମ୍ଭ : ଘରକୁ ବନ୍ଧୁଙ୍କ ଯିବାଆସିବା ଲାଗି ରହିବ । କାମ ସଂପୂର୍ଣ୍ଣ କରିବା ଲାଗି ମୂଳରୁ ନୂଆ ଯୋଜନା ପ୍ରସ୍ତୁତ କରିବେ । ବାହନ ସାବଧାନତାର ସହ ଚଳାନ୍ତୁ ।
ମୀନ : ଆପଣଙ୍କ ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ । ନୂଆ ଲୋକଙ୍କ ସହ ମିଶିବା ଭବିଷ୍ୟତ ଲାଗି ଲାଭଦାୟକ ରହିବ । ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ।
