ଅନାଥ ଆଶ୍ରମର ଛାତ୍ରୀଙ୍କ ଗହଣରେ ଧୁମ୍‌ ଝୁମିଲେ ଆଉ ନାଚିରେ ଏସପି

ନବରଙ୍ଗପୁର : ଅନାଥ ଆଶ୍ରମର ଛାତ୍ରୀଙ୍କ ଗହଣରେ ଧୁମ୍‌ ଝୁମିଲେ ଆଉ ନାଚିରେ ଏସପି । ପିଲାଙ୍କ ସହ ହସ, ମଜା ଖୁସି କରି ପିଲାଙ୍କ ମୁହଁରେ ହସ ଫୁଟାଇଲେ ଏସପି ଏସ. ସୁଶ୍ରୀ । ନବରଙ୍ଗପୁର  ସହର ସ୍ଥିତ ମାଝିଗୁଡ଼ା ଠାରେ ଥିବା ଦିନଦୟାଲ ଅନାଥ ଆଶ୍ରମକୁ ନବରଙ୍ଗପୁର ଜିଲ୍ଲାପାଳ ଡ଼. କାମଳ ଲୋଚନ ମିଶ୍ର ଓ ଏସପି ଏସ. ସୁଶ୍ରୀ ପରିଦର୍ଶନ କରିଥିଲେ ।  ଆଶ୍ରମରେ ଥିବା ଅନାଥ ବାଳିକାମାନେ ତାଙ୍କୁ ସ୍ବାଗତ କରିଥିଲେ । ଯେତେବେଳେ କୁନିକୁନି ଛୁଆ ତାଙ୍କ ସ୍ୱାଗତରେ ନାଚୁଥିଲେ ଉପସ୍ଥିତ ଥିବା ଏସପି ସୁଶ୍ରୀ ଛୁଆଁଙ୍କ ନାଚ ଦେଖି ନିଜକୁ ମଧ୍ୟ ରୋକି ପାରିନଥିଲେ ।

ଛାତ୍ରୀମାନଙ୍କ ସହ ପାଦରେ ପାଦ ମିଶାଇ ନାଚିବା ଆରମ୍ଭ କରିଥିଲେ । ଏହା ପରେ ଆଶ୍ରମରେ ଥିବା ଅନାଥ ବାଳିକାମାନଙ୍କ ସହ ସେମାନଙ୍କ ଭବିଷ୍ୟକୁ ନେଇ କିଛି ଶିକ୍ଷ୍ୟଣିୟ କଥା କହିବା ସହ ପିଲାମାନେ କିପରି ଆଗକୁ ବଢିବେ ସେନେଇ ଆଲୋଚନା କରିଥିଲେ । ଭବିଷ୍ୟତ ଜୀବନରେ ଆଗକୁ ବଢିବାକୁ ହେଲେ ନିଜ ସ୍ବାସ୍ଥ୍ୟ ଓ ଶିକ୍ଷାକୁ ଗୁରୁତ୍ଵ ଦେବାକୁ ହେବ ବୋଲି ଛାତ୍ରୀଙ୍କୁ ବୁଝାଇଥିଲେ ଏସ. ସୁଶ୍ରୀ ।

Leave a Reply

Your email address will not be published. Required fields are marked *