ହାସ୍ୟ ଅଭିନେତା ଯୋଗେଶ ଯୋଯୋଙ୍କୁ ଅପହରଣ ଅଭିଯୋଗ : ବନ୍ଧୁକ ଦେଖାଇ କରିଥିଲେ ଅପହରଣ

ସମ୍ବଲପୁର : ହାସ୍ୟ ଅଭିନେତା ଯୋଗେଶ ଯୋଯୋଙ୍କୁ ଅପହରଣ ଅଭିଯୋଗ । ବନ୍ଧୁକ ମୁନରେ ଅପହରଣ କରିଥିବା ଅଭିଯୋଗ । ଏନେଇ ଏକ ଭିଡିଓ ଜାରି କରି ନିଜ ଦୁଃଖ ବଖାଣିଛନ୍ତି ସମ୍ବଲପୁରୀ ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଯୋଯୋ ।

ଖବର ଅନୁଯାୟୀ, ସମ୍ବଲପୁରୀ ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଯୋଯୋଙ୍କୁ ଆକ୍ରମଣ ଓ ବନ୍ଧୁକ ମୁନରେ ଅପହରଣ ଅଭିଯୋଗ । ୨ ଜଣ ବ୍ଯକ୍ତି ପଲସର ମାଧ୍ଯମରେ ଆସି ମୁହଁରେ ଗାମୁଛା ପକାଇଥିଲେ । ପ୍ରଥମେ ମାଡ ମାରିବା ସହ ପରେ ବନ୍ଧୁକ ଦେଖାଇ କୌଣସି ଏକ ଅଜଣା ସ୍ଥାନକୁ ନେଇ ସେଠାରେ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ଏକ ଭିଡିଓ ପୋଷ୍ଟ କରି ଜଣାଇଛନ୍ତି । ଯଦି ବଂଚିବାର ଅଛି ଭିଡିଓ ଲାଇନ ଛାଡିଦେ ବୋଲି ଦୁଇ ଜଣ ଦୁବୃତ୍ତ ଧମକ ଦେଇଥିବା ସେ କହିଛନ୍ତି । ପୂର୍ବରୁ ଘରେ ପତ୍ନୀ ସହିତ ମତାନ୍ତର ହେବାରୁ ଷ୍ଟୁଡିଓରେ ସେ ଶୋଇଥିବାବେଳେ ଏହି ଘଟଣା ଘଟିଥିବା ସେ ଭିଡିଓରେ ଉଲ୍ଲେଖ କରିଛନ୍ତି  ।

Leave a Reply

Your email address will not be published. Required fields are marked *