ଅନ୍ଧ ବିଶ୍ବାସର କରୁଣ ପରିଣତି

ଧର୍ମ, ବିଶ୍ବାସ, ଅନ୍ଧବିଶ୍ବାସ ା ଅନ୍ଧ ବିଶ୍ବାସର ପରିଣତିଜେ କେତେ ଭୟଙ୍କର ତାହାର ନମୁନା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖୁଦିଆ ମଝିସାହି ଗ୍ରାମରେ l
ଗୟାପ୍ରସାଦ ଦଣ୍ଡପାଟ,(60),ଦୀର୍ଘ ଛଅ ମାସ ଧରି ତନ୍ତ୍ର ସାଧନା କରି ଆସୁଥିଲେ ଗତ ବୁଧୁବାର ଦିନ ରାତି ଠିକ 9ଟା ସମୟରେ ଗୟାପ୍ରସାଦ,2ପୁଅ ବଳରାମ,ଓ ପରିମଳ ତନ୍ତ୍ର ସାଧନା କରୁଥିବା ବେଳେ ତାଙ୍କର ବିବାହିତା ବଡ଼ ଝିଅ ସନ୍ଧ୍ୟା ରାଣୀ ଦଳେଇ( 35)ସ୍ୱାମୀ-ରବୀନ୍ଦ୍ର ଦଳେଇ ତାଙ୍କ ଘର କୁ ବୁଲିବାକୁ ଆସିଥିବା ବେଳେ ତାଙ୍କୁ ଏକ ଘର ଭିତରେ ବନ୍ଦ କରି ଏକ ଲୁହାକଣ୍ଟାରେ ତାର ଆଖି ପତାକୁ କଣା କରିଥିବା ବେଳେ ମୁଣ୍ଡରେ ପ୍ରହାର କରି ମୁଣ୍ଡ ଫଟେଇ ଦେଇ ରକ୍ତ ନେଇଥିଲେ, ସନ୍ଧ୍ୟା ରାଣୀ ଚିତ୍କାର କରୁ ଥିଲେ ମଧ୍ୟ ପିତା ଦଣ୍ଡପାଟ ବାହାର ପଟୁ କବାଟ ବନ୍ଦ କରି ଥିଲେ କାହାକୁ ଘର ଭିତରକୁ ଛାଡି ନଥିଲେ l
ଗୁରୁବାର ସକାଳେ ଗାଁ ଲୋକ ମାନେ ଆସି ସନ୍ଧ୍ୟା ରାଣୀକୁ ହାତୀ ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ସେଠାରେ ତାର ଅବସ୍ଥା ସଙ୍କଟା ପନ୍ନ ହେବାରୁ ଡାକ୍ତର ତାକୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ପଠାଇ ଦେଇଛନ୍ତ l
ଆଜିର ବିଜ୍ଞାନ ଯୁଗରେ ମଣିଷ କେଉଁଠିନା କଉଠି ପହଂଚିଲାଣି ମାତ୍ର ଗାଁ ମାନଂକରେ ଅନ୍ଧ ବିଶ୍ଵାସ ରେ ଲୋକ ମାନେ ବଶ ବର୍ତି ହୋଇ ରହି ଛନ୍ତି l

Leave a Reply

Your email address will not be published. Required fields are marked *