ମେଷ : ଆପଣଙ୍କର ଧ୍ୟାନ ଅଧ୍ୟାତ୍ମିକ ଦିଗରେ ଲାଗି ରହିବ । ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ । ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ । ବିବାହିତଙ୍କ ଲାଗି ଦିନଟି ଭଲ ।
ବୃଷ : ଘରର ନୂଆ ଦାୟିତ୍ବ ସମ୍ଭାଳିବାକୁ ପଡ଼ିପାରେ । ଅଫିସରେ ସହକର୍ମୀଙ୍କ ତ୍ରୁଟିରେ ବିରକ୍ତ ନ ହୋଇ ତାଙ୍କୁ କ୍ଷମା କରିଦିଅନ୍ତୁ । ବ୍ୟବସାୟରେ ସକାରାତ୍ମକ ପରିଣାମ ପାଇବେ ।
ମିଥୁନ : ଆପଣଙ୍କର ବୁଝିବା ଶକ୍ତି ଓ ଶିଷ୍ଟାଚାରରେ ଲୋକେ ପ୍ରଭାବିତ ହେବେ । ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ ।
କର୍କଟ : ଅଫିସର କୌଣସି ଜରୁରୀ କାମରେ ଉପରିସ୍ଥ କର୍ମଚାରୀ ସାହାଯ୍ୟ କରିବେ । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ । ପାରିବାରିକ ଜୀବନ ସୁଖମୟ ହେବ ।
ସିଂହ : ପାରିବାରିକ ସୁଖ ବୃଦ୍ଧି ହେବ । ପଡ଼ୋଶୀ ଆପଣଙ୍କ ସହିତ ଲାଗି ରହିଥିବା ମନାନ୍ତର ପାସୋରି ବନ୍ଧୁତାର ହାତ ବଢ଼ାଇବେ । ବେପାରରେ ଆର୍ଥିକ ଲାଭ ହେବ ।
କନ୍ୟା : ଆପଣଙ୍କ ସହିତ ସବୁ ଭଲ ହେବ । ଧନଲାଭର ଯୋଗ ରହିଛି । ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ । ଚାକିରିଆଙ୍କୁ ଉନ୍ନତିର ନୂଆ ଅବସର ମିଳିବ ।
ତୁଳା : ଦିନଟି ଆତ୍ମବିଶ୍ୱାସ ଓ ଆଶାରେ ପୂର୍ଣ୍ଣ ରହିବ । ଦୀର୍ଘ ଦିନରୁ ଭାବିଥିବା କାମ ପୂରା ହେବ । ଚାକିରି ବୃତ୍ତିରେ ନୂଆ ଉପାୟ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ ।
ବିଛା : ଦିନଟି ଉତ୍ସାହପୂର୍ଣ୍ଣ ରହିବ । ବନ୍ଧୁମାନଙ୍କ ସହିତ ଅଧିକ ସମୟ ବିତିବ । ସ୍ଥଗିତ କାମ ଆଗକୁ ବଢ଼ାଇବେ । ପୁଞ୍ଜି ବଜାରରୁ ଲାଭ ପାଇବେ । ଶିକ୍ଷାର୍ଥୀଙ୍କ ଲାଗି ଦିନଟି ସାମାନ୍ୟ ରହିବ ।
ଧନୁ : ଜରୁରୀ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ । ଜମି କିଣାବିକା କରିବା ପାଇଁ କିଛି ଦିନ ଅପେକ୍ଷା କରିଯାଆନ୍ତୁ । ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ ।
ମକର : ଆପଣଙ୍କ ମନରେ ସକାରାତ୍ମକ ଭାବନା ଆସିବ । ଅଧିକରୁ ଅଧିକ ସମୟ ଜୀବନସାଥୀଙ୍କୁ ଦିଅନ୍ତୁ । ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ ।
କୁମ୍ଭ : ଦୀର୍ଘ ଦିନର କାମ ସଂପୂର୍ଣ୍ଣ କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ । ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ । ଲେଖାପଢ଼ାରେ ଶିକ୍ଷାର୍ଥୀଙ୍କ ମନ ଲାଗି ନ ପାରେ ।
ମୀନ : ଯେଉଁ କାମ ସଂପୂର୍ଣ୍ଣ କରିବାକୁ ଭାବିବେ ତାକୁ ଅଧିକ ପରିଶ୍ରମ ବଳରେ ପୂରା କରିନେବେ । ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ । ପରିବାରରେ ପରିବେଶ ଭଲ ରହିବ ।
