ଅଂଶୁଘାତରେ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ

ସମ୍ବଲପୁର : ଅଂଶୁଘାତରେ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ । ସମ୍ବଲପୁର କୁଚିଣ୍ଡା ବ୍ଳକ ରେଙ୍ଗାଲି ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣଙ୍କ କାମ କରୁଥିବା ସମୟରେ ଟଳିପଡ଼ିଥିଲେ । ତେବେ ତାଙ୍କ ଅଂଶୁଘାତରେ ମୃତ୍ୟୁ ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି । ମୃତକ ଜଣଙ୍କ ହେଲେ ହରି ନାଏକ ।

ପରିବାର ଲୋକେ ତାଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତର ଖାନାକୁ ପଠାଇଛି । ତେବେ ତାଙ୍କ ପରିବାର ବର୍ଗ ଏହାକୁ ଅଂଶୁଘାତ ବୋଲି ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ସଠିକ ତଥ୍ୟ ଜଣାପହିନାହିଁ ।

Leave a Reply

Your email address will not be published. Required fields are marked *