ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଜମାକାରୀଙ୍କ ୧ କୋଟି ଟଙ୍କା ଗାୟବ

କଟକ : କଟକ ନିଆଳିରେ ଚଞ୍ଚକତା । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଜମାକାରୀଙ୍କ ୧ କୋଟି ଟଙ୍କା ଗାୟବ ଅଭିଯୋଗ । ନିଆଳି ଥାନା ଅନ୍ତର୍ଗତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପହଙ୍ଗା ଶାଖାରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଘଟଣା ଜଣା ପଡିବା ପରେ ବ୍ୟାଙ୍କ ସମ୍ମୁଖ ଜମାକାରୀଙ୍କ ହୋ ହାଲ୍ଲା ଦେଖିବାକୁ ମିଳିଛି ।

ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଘଟଣାର  ତଦନ୍ତ ଆରମ୍ଭ କରିଛନ୍ତି । ବିଭିନ୍ନ ସମୟରେ ଜମାକାରୀଙ୍କ ଆକାଉଣ୍ଟରୁ ବ୍ୟାଙ୍କ କର୍ମଚାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସିଛି । ଏସଏଚଜି ଗ୍ରୁପ ଠାରୁ ଆରମ୍ଭ କରି ବ୍ୟବସାୟୀ ଚାଷୀ, ମୂଲିଆ ଓ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଲୁଟର ଶିକାର ହୋଇଛନ୍ତି ।

ଆକାଉଣ୍ଟରୁ ୧୦ ହଜାରରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାକାରୀଙ୍କ ଅଜାଣତରେ ଲୁଟି ନେଇଛନ୍ତି ବ୍ୟାଙ୍କ କର୍ମଚାରୀ । ଯାହାକୁ ନେଇ ଗ୍ରାମାଞ୍ଚଳରେ ଶହଶହ ଜମାକାରୀ ବ୍ୟାଙ୍କ ସମ୍ମୁଖରେ ଏକାଠି ହୋଇଛନ୍ତି । ତେବେ କେମିତି ଏତେ ବଡ ଲୁଟ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

Leave a Reply

Your email address will not be published. Required fields are marked *