ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ ଜାରି ହେଲା ସତର୍କ ସୂଚନା

ସମ୍ବଲପୁର : ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟା ଜଳ । ହୀରାକୁଦ ଜଳଭଣ୍ଡାର ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା । ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନଷ୍କାସନ ସକାଶେ ତଳ ମୁଣ୍ଡର ୧୨ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

ତେବେ ମୌସୁମୀ ପାଖେଇ ଆସୁଥିବା ବେଳେ ଜୁନ ୧ ରୁ ୩୧ ଅକ୍ଟୋବର ମଧ୍ୟରେ ଯେ କୌଣସି ମୂର୍ତ୍ତରେ ବନ୍ୟା ଜଳ ଛଡାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ସମୟ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ କରାଯାଇଛି ।

Leave a Reply

Your email address will not be published. Required fields are marked *