ହାରମାନିଲା ପାକିସ୍ତାନ ଅଭିନନ୍ଦନକୁ ଛାଡିବ ପାକିସ୍ତାନ

ଇସ୍‌ଲାମାବାଦ: ଭାରତର ଚାପରେ ଚେପା ପାକିସ୍ତାନ ଶେଷରେ ପାଇଲଟ ଅଭିନନ୍ଦନଙ୍କୁ ଛାଡ଼ିବାକୁ ରାଜି ହୋଇଛି। ପାଇଲଟ ଅଭିନନ୍ଦନଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ମୁକ୍ତ କରାଯିବ ବୋଲି ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଶର ସଂସଦରେ ଘୋଷଣା କରିଛନ୍ତି।

ସେହିପରି ଅଭିନନ୍ଦନଙ୍କ ଗିରଫଦାରୀ ସଂକ୍ରାନ୍ତ ୟୁଟ୍ୟୁବରେ ପ୍ରସାରିତ ହୋଇଥିବା ସମସ୍ତ ଭିଡିଓକୁ ଡିଲିଟ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି।ଏହି ନିର୍ଦ୍ଦେଶ ପରେ ୟୁଟ୍ୟୁବ ମଧ୍ୟ ଭିଡିଓ ଗୁଡ଼ିକୁ ହଟାଇ ଦେଇଛି।

ଗତକାଲି ଦୁଇ ଜଣ ପାଇଲଟଙ୍କୁ ପାକିସ୍ତାନ ସେନା ଗିରଫ କରିଛି ବୋଲି ଇମ୍ରାନ କହିଥିଲେ। ହେଲେ ଆଜି ସଂସଦରେ ସେ ପୂର୍ବ ବକ୍ତବ୍ୟ ବଦଳାଇ ପାକିସ୍ତାନ ଜଣେ ମାତ୍ର ପାଇଲଟଙ୍କୁ ଗିରଫ କରିଥିବା ସ୍ୱୀକାର କରିଛନ୍ତି। ପାକିସ୍ତାନ ଯୁଦ୍ଧ ଚାହେଁ ନାହିଁ ବୋଲି ପ୍ରମାଣ କରିବାକୁ ସରକାର ପାଇଲଟ ଅଭିନନ୍ଦନଙ୍କୁ ମୁକ୍ତି ଦେଉଛନ୍ତି ା

Leave a Reply

Your email address will not be published. Required fields are marked *