ଆଜିର ରାଶିଫଳ

ମେଷ : ଅର୍ଥ ସଂପର୍କିତ ମାମଲାରେ ବୁଦ୍ଧି ଖଟାଇ କାମ କରନ୍ତୁ । ଅଧିକାରୀମାନଙ୍କ ସହ ଭଲ ତାଳମେଳ ରଖନ୍ତୁ । ବ୍ୟବସାୟର ନୂଆ ଦିଗ ପାଇବେ । ମାତା ପିତାଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ ।

ବୃଷ : ଆପଣ ଭାବିଥିବା ସବୁ କାମ ସଂପୂର୍ଣ୍ଣ ହୋଇଯିବ । ଆପଣଙ୍କର ବ୍ୟାଙ୍କ ବାଲାନ୍ସ ମଜଭୁତ ହେବ  କୌଣସି ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ ।

ମିଥୁନ : ଆପଣଙ୍କୁ ଭାଗ୍ୟର ପୂରା ସହଯୋଗ ମିଳିବ । ଜୀବନସାଥୀଙ୍କ ବ୍ୟବହାରରେ ପ୍ରଭାବିତ ହେବେ । ଲେଖାଲେଖି କାର୍ଯ୍ୟ କରୁଥିବା ଲୋକଙ୍କୁ ପ୍ରଶଂସା ମିଳିବ ।

କର୍କଟ : ପରିବାର ଲୋକଙ୍କ ଆବଶ୍ୟକତା ପୂରା କରିବାକୁ ଚେଷ୍ଟା କରିବେ । ଗଣମାଧ୍ୟମ କର୍ମଚାରୀଙ୍କ ଲାଗି ଦିନଟି ଭଲ । ଜୀବନସାଥୀଙ୍କୁ ସଫଳତା ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ ।

ସିଂହ : ଜୀବନଶୈଳୀ ପରିବର୍ତ୍ତନ କରିବା ଦରକାର । ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ । ଆପଣ ବିଲ୍ଡର୍ ହୋଇଥିଲେ ଭାବିଚିନ୍ତି ପୁଞ୍ଜି ନିବେଶ କରନ୍ତୁ।

କନ୍ୟା : ସାମାଜିକ କାର୍ଯ୍ୟରେ ସହଯୋଗ କରିବେ । ଲେଖାପଢ଼ା ପ୍ରତି ଆପଣଙ୍କର ରୁଚି ବଢ଼ିବ । ଭାଗ୍ୟର ସହଯୋଗ ମିଳିବା ଯୋଗୁଁ ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ ।

ତୁଳା : ଆପଣଙ୍କର ମାନସିକ ସ୍ଥିତି ଭଲ ରହିବ । ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ଅଫିସରେ ସହକର୍ମୀ ଆପଣଙ୍କ କାମକୁ ପ୍ରଶଂସା କରିବେ । ଖେଳାଳିମାନଙ୍କ ଲାଗି ଦିନଟି ଭଲ ।

ବିଛା : ଆପଣ ଆତ୍ମବିଶ୍ବାସରେ ପୂର୍ଣ୍ଣ ରହିବେ । କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ସୁଯୋଗ ପାଇବେ । ପରିବାର ଲୋକଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ।

ଧନୁ : ଜୀବନରେ ନୂଆ ପରିବର୍ତ୍ତନ ହେବ । ନିଜର ଧ୍ୟାନ ଲକ୍ଷ୍ୟ ଦିଗରେ ସ୍ଥିର ରଖିବେ । ଜୀବନସାଥୀଙ୍କ ସହ ବୁଲାବୁଲି ଯୋଜନା କରିବେ । ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ ।

ମକର : ବିଶେଷ କାମ ପାଇଁ ମନରେ ନୂଆ ବିଚାର ଆସିବ । ରାଜନୀତିରେ ମହତ୍ତ୍ୱକାଂକ୍ଷା ପୂରା ହେବ । ବନ୍ଧୁଙ୍କ ସହ ପୂର୍ବ ଅପେକ୍ଷା ସମ୍ବନ୍ଧ ଆହୁରି ମଧୁର ହେବ ।

କୁମ୍ଭ : ଜୀବନକୁ ଉତ୍କୃଷ୍ଟ କରିବା ଲାଗି ସୁଯୋଗ ପାଇବେ । ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ । କାମକୁ ନେଇ କୌଣସି ବଡ଼ ଫଇସଲା କରିବେ ।

ମୀନ : କାମ ଧନ୍ଦା ଜଡ଼ିତ ମାମଲରେ ପରିସ୍ଥିତି ଭଲ ରହିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଶିକ୍ଷା କ୍ଷେତ୍ରରେ ଭଲ ପରିଣାମ ପାଇବେ । ପତି ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ ।

Leave a Reply

Your email address will not be published. Required fields are marked *