ପରୀକ୍ଷା ଚାଲିଥିବା ସମୟରେ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁ

ବଣାଇ : ଆଜି ବଣାଇଗଡ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ବୋର୍ଡ ପରୀକ୍ଷା ଚାଲିଥିବା ସମୟରେ ହଠାତ୍ ଜଣେ ଛାତ୍ର ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ, କଲେଜ କର୍ତୃପକ୍ଷ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବଣାଇ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡ଼ାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଛାତ୍ରକୁ ମୃତ ଘୋଷଣା କରିଛନ୍ତି ।

ମୃତ ଛାତ୍ର ଜଣକ ଲହୁଣୀପଡ଼ା ଥାନା ଅନ୍ତର୍ଗତ ଜୁନିଆନୀ ଗ୍ରାମର ଏମ୍ ଡି ଅରଵାଜ ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ବଣାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *