ଠାକୁରଙ୍କ ଜମିରେ ୩ ମହଲା ପୁଲିସ କ୍ୱାର୍ଟର୍ସ ! ଜବରଦଖଲ ଉଚ୍ଛେଦ ବାଟରେ କଣ୍ଟା ସାଜିଛି ପ୍ରଶାସନ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ବହୁ ପୁରାତନ ମଠମନ୍ଦିର ନାଁରେ ରହିଛି ବିପୁଳ ପରିମାଣର ଭୂସମ୍ପତ୍ତି । ହେଲେ ଉପାସରେ ରହୁଛନ୍ତି ଠାକୁର । ଅର୍ଥ ଅଭାବରୁ ନୀତିକାନ୍ତି ବି ଠିକ୍‌ ଭାବେ ହୋଇପାରୁନି । ସାରା ଜିଲ୍ଲାରେ ଠାକୁରଙ୍କର ପାଖାପାଖି ୪୪ ହଜାର ୫୦୦ ଏକର ଜମି ଜବରଦଖଲରେ ଅଛି । ମଝିରେ ମଝିରେ ପ୍ରଶାସନ ଜବରଦଖଲ ଉଚ୍ଛେଦ ପାଇଁ ଚେଇଁ ଉଠୁଛି । ଉଚ୍ଛେଦ ପାଇଁ ମାଜିଷ୍ଟ୍ରେଟ୍ ଓ ପୁଲିସ ପ୍ରସ୍ତୁତ ହେଉଥିବା ବେଳେ ପୁଣି ଏହାକୁ ରୋକି ଦିଆଯାଉଛି । ଠାକୁର ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପଛଘୁଞ୍ଚା ଦେବା ପଛ‌ରେ ରାଜନୈତିକ ଚାପ ଥିବା ଚର୍ଚ୍ଚା ହେଉଛି । ଏ ସଂପର୍କରେ ଆଉ ଏକ ତଥ୍ୟ ସାମ୍‌ନାକୁ ଆସିଛି । ବାରିପଦାରେ ଦେବୋତ୍ତର ଜମି ଉପ‌ରେ ଠିଆ ହୋଇଛି ୩ ମହଲା ପୁଲିସ କ୍ବାର୍ଟର୍ସ । ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇ ଏହି କୋ‌ଠା ନିର୍ମାଣ ହୋଇଥିବାରୁ ପ୍ରଶାସନ ଏହାକୁ ଭାଙ୍ଗିବାକୁ ଚାହୁଁନାହିଁ । ଏହି କୋଠା ଭଙ୍ଗାଗଲେ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାରଙ୍କ ପାଖରେ ଉତ୍ତରଦାୟୀ ହେବାକୁ ପଡ଼ିବ । ତେଣୁ ପ୍ରଶାସନ ଉଚ୍ଛେଦ ବାଟରେ ନିଜେ କଣ୍ଟା ସାଜିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *