ପାରାଦୀପ : ହଜିଗଲା ମାନବିକତା । ଟ୍ରକ ଆଗରେ ବନ୍ଧା ହେଲା ଚୋର । ଚୋରି କରିବା ପରେ ଚୋର ଜଣଙ୍କୁ ଟ୍ରକ ଆଗରେ ବାନ୍ଧି ଦିଆଯାଇଥିବା ଦେଖିବାକୁ ମିଳିଛି । ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ପାରାଦୀପ ଭୂତମୁଣ୍ଡାଇ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।
ଚୋର ଜଣଙ୍କ କେନ୍ଦ୍ରାପଡ଼ା ଟିକରପଙ୍ଗର ଅଞ୍ଚଳର ହୋଇଥିବା ବେଳେ ଦୁଇ ଦିନ ତଳେ ଚୋରଟି ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଚୋରି କରି ଖସିଯିବାକୁ ଉଦ୍ୟମ କରୁଥିଲା । ପରେ କିଛି ଟ୍ରକ ଡ୍ରାଇଭରମାନେ ତାକୁ କାବୁ କରିବା ସହ ଟ୍ରକ ଆଗରେ ବାନ୍ଧି ଦେଇଥିଲେ । ଏପରି ଅମାନବୀୟ ଅତ୍ୟାଚାର ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।
