ମେଷ: କରିଆସୁଥିବା କାମରେ ଆପଣଙ୍କୁ ଲାଭ ମିଳିପାରେ । ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ । ଛାତ୍ରଛାତ୍ରୀଙ୍କ ଖୁସି ଲାଗି ଦିନଟି ନୂଆ ଅବସର ନେଇ ଆସିବ ।
ବୃଷ : ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଆନ୍ତୁ, ଶୁଭ ହେବ । ଅତୀତ କଥା ପାସୋରି ନୂଆ କାମର ଶୁଭାରମ୍ଭ କରନ୍ତୁ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ ।
ମିଥୁନ : ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗକୁ ଆକର୍ଷିତ ହେବ । ଜମି ନେଇ ଲାଗି ରହିଥିବା ବିବାଦ ସମାପ୍ତ ହୋଇଯିବ । ଶିକ୍ଷକଙ୍କ ଲାଗି ଦିନଟି ଭଲ ।
କର୍କଟ : ସାରାଦିନ କାମରେ ବ୍ୟସ୍ତ ରହିବେ । ଆପଣଙ୍କର ଉଦାର ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ପରିବାରରେ ବଡ଼ଙ୍କ ସମ୍ମତି ନିଅନ୍ତୁ ।
ସିଂହ : ଆୟ ବୃଦ୍ଧିର ନୂଆ ମାର୍ଗ ଖୋଲିବ । ଅଫିସରେ ସହକର୍ମୀଙ୍କ ଉପରେ ବିରକ୍ତ ହୁଅନ୍ତୁ ନାହିଁ । ବିବାହିତା ଘରର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ । ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ।
କନ୍ୟା : ଦିନଟି ବ୍ୟବସାୟୀଙ୍କ ଲାଗି ଲାଭଦାୟକ ରହିବ । ବହୁଦିନ ପରେ ଅନ୍ତରଙ୍ଗ ବନ୍ଧୁ ସହିତ ଫୋନରେ କଥା ହେବେ । କଳାକ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିପାରେ ।
ତୁଳା : କାରବାର ଲାଗି ଦିନଟି ଭଲ । ବନ୍ଧୁ ଠାରୁ ଆର୍ଥିକ ସହାୟତା ମିଳିପାରେ । ଆପଣଙ୍କ ଭଲ ବ୍ୟବହାରରେ ଅଫିସର ଲୋକ ପ୍ରଭାବିତ ହେବେ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ।
ବିଛା : ଅଧିକାଂଶ କାମ ସଂପୂର୍ଣ୍ଣ କରିପାରିବେ । ଆର୍ଥିକ ସ୍ଥିତିରେ ସୁଧାର ହୋଇପାରେ । ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ । ଜୀବନସାଥୀଙ୍କ ସ୍ନେହ ଓ ଆଦର ପାଇବେ ।
ଧନୁ : ଆପଣଙ୍କ ବିଚାରକୁ ସକାରାତ୍ମକ ରଖନ୍ତୁ । କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ । ବାହନ କିଣିବା ଲାଗି ଦିନଟି ଶୁଭ । ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ ।
ମକର : ଧୈର୍ଯ୍ୟ ଧରି କାମ କରନ୍ତୁ, ଶୀଘ୍ର ସଫଳତାର ପାହାଚ ଚଢ଼ିବେ । ନୂଆ ବାହନ କିଣିବାର ଆଶା ପୂରା ହୋଇପାରେ । ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ସମୟ ଅତିବାହିତ କରିବେ ।
କୁମ୍ଭ : ଅଫିସରେ କାମ ସଂପୂର୍ଣ୍ଣ କରିବାରେ ବାଧା ଆସିପାରେ । ଉଚ୍ଚ ଅଧିକାରୀଙ୍କ ସହଯୋଗରେ କାମ ପୂରା ହେବ । ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ ।
ମୀନ : ଚାକିରି ବୃତ୍ତିରେ ଅଧୁରା ସ୍ଵପ୍ନ ପୂରା ହୋଇପାରେ । ଧନଲାଭର ନୂଆ ମାର୍ଗ ଖୋଲିବ । ମନୋରଂଜନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ ।
