ଜାଲ୍ ପ୍ରମାଣପତ୍ରରେ ଚାକିରି କରୁଥିବା ଶିକ୍ଷକ ଗିରଫ

ପୁରୁଷୋତ୍ତମପୁର : ଜାଲ୍ ପ୍ରମାଣପତ୍ରରେ ଚାକିରି କରୁଥିବା ଜଣେ ଶିକ୍ଷକଙ୍କୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି, ପୁରୁଷୋତ୍ତମପୁର ଥାନା ରାଜପୁର ଗ୍ରାମ ଏସ.ଧର୍ମାରାଓ ଦୋରା । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି।

ଯାଞ୍ଚ ବେଳେ ପୁରୁଷୋତ୍ତମପୁର ବ୍ଲକ୍‌ରେ ୫ ଜଣ ଶିକ୍ଷକ ଜାଲ ପ୍ରମାଣପତ୍ରରେ ଚାକିରି କରୁଥିବା ଜଣାପଡ଼ିଥିଲା । ଏନେଇ ଗତବର୍ଷ ଅକ୍ଟୋବର ୧୮ ତାରିଖରେ ପୁରୁଷୋତ୍ତମପୁର ଏବିଇଓ ଦଣ୍ଡପାଣି ବେହେରା ଥାନାରେ ଏତଲା ଦେବାପରେ କେସ୍ ନମ୍ବର ୫୧୦ ଅନୁସାରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ଉକ୍ତ ଶିକ୍ଷକମାନେ ଫେରାର୍ ଥିଲେ । ଆଜି ଧର୍ମାଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି ।

Leave a Reply

Your email address will not be published. Required fields are marked *