ଶୁଣିଲାନି ପଞ୍ଚାୟତ ; ଗ୍ରାମବାସୀ କଲେ ପୋଖରୀ ସଫେଇ

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍‌ ଲଇଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଙ୍ଗଟିକ୍ରା ଗ୍ରାମରେ ଥିବା ଶୀତଳ ବନ୍ଧ ନାମକ ପୋଖରୀରେ ଦୀର୍ଘ ବର୍ଷ ହେଲା ଅମରି ଗଛ, ଅନାବନା ଘାସ, ଲତା ଏବଂ ଦଳରେ ଆଚ୍ଛାଦିତ ହେବା ଫଳରେ ପୋଖରୀର ପାଣି ଦୂଷିତ ହୋଇ ପଡିଥିଲା । ପୋଖରୀ ସଫେଇ ପାଇଁ ଗ୍ରାମବାସୀ ଅନେକ ଥର ଗ୍ରାମ ପଞ୍ଚାୟତ କତ୍ତୃପକ୍ଷଙ୍କୁ ଏବଂ ଗାଁ କଲ୍ୟାଣ ସମିତିର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପୋଖରୀ ସଫେଇ ପ୍ରତି କେହି ଗୁରୁତ୍ୱ ଦେଇନଥିଲେ । ଗ୍ରୀଷ୍ମ ଋତୁରେ ପୋଖରୀର ପାଣି କମି ଯାଇଥିବାରୁ ପାଣି ଅଧିକ ଦୂଷିତ ହୋଇ ଜନ ସାଧାରଣଙ୍କ ସ୍ନାନ ଶୌଚ ସକାଶେ ବ୍ୟବହାର ପାଇଁ ଦିନକୁ ଦିନ ସମସ୍ୟା ସୃଷ୍ଟି ହେବାରୁ ଗ୍ରାମବାସୀ ଅଣ୍ଟାଭିଡି ପୋଖରୀରେ ଆଚ୍ଛାଦିତ ହୋଇଥିବା ଅମରି ଗଛ, ଦଳ ଏବଂ ଅନାବନା ଘାସ ଲତା ସଫେଇ କରିଛନ୍ତି ।

ଅଧ୍ୟାପକ ବିଶ୍ୱନାଥ ପଟେଲ, ସନ୍ତୋଷ ମାଝି, ରାଜକୁମାର ପଟେଲ, କ୍ଷମାନିଧି କୁମୁରା, ସୁବୋଧ ଭୋଇ, କେଦାର ତଣ୍ଡିଆ, ମଙ୍ଗତାରି କାଲୋ, ସାନ୍ଦ ଭୋଇ, ମକରଧ୍ୱଜ ଭୋଇ, ହୃଦାନନ୍ଦ ଭୋଇ, ଲଲିତ ଧୁରୁଆ, ସଞ୍ଜୀବ ସେଠ, ପ୍ରଫୁଲ୍ଲ ନାଏକ, ସୌରଭ ଧୁରୁଆ, ରମେଶ ବନଛୋର  ପ୍ରମୁଖ ଗ୍ରାମର ବହୁ ସ୍ୱେଚ୍ଛାସେବୀ ପୋଖରୀ ସଫେଇ ଅଭିଯାନରେ ସାମିଲ ହୋଇଥିଲେ । ରାଜେନ୍ଦ୍ର ଅଗ୍ରଓ୍ୱାଲା ଏବଂ ଲଇଡା ଦୂତିକା ସାହୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ମାନେ ସଫେଇ ଅଭିଯାନରେ ସହାୟତା କରିଥିଲେ । ଗ୍ରାମର ସ୍ୱେଚ୍ଛାସେବୀ ମାନଙ୍କ ଏହି କାର୍ଯ୍ୟ ଜନସାଧାରଣରେ ପ୍ରଶଂସିତ ହେଉଛି ।

Leave a Reply

Your email address will not be published. Required fields are marked *