ଧରାପଡିଛି ଜଳେଶ୍ୱର ଅବକାରୀର ଡକାୟତି

ପଦାରେ ପଡିଛି ଜଳେଶ୍ୱର ଅବକାରୀ ବିଭାଗର ଡକାୟତି । ସ୍ଥାନୀୟ ମଦମାଫିଆଙ୍କ ପାଖରୁ ମାସିକା ନେଇ ଦିର୍ଘଦିନ ଧରି ବେପାର କରୁଥିଲା ହେଲେ ଜିଲ୍ଲା ଅବକାରୀ ବିଭାଗର ଅଧିକାରୀ ଆଜି ଜଳେଶ୍ୱର ରାଇବଣିଆ ତୁଟାପଡା ଅଞ୍ଚଳରେ ଥିବା ଦେଶୀ ମଦ କାରଖାନାରେ ଚଢଉ କରି ବହୁଳ ପରିମାଣରେ ମଦ ଜବଦ କରିବା ସହ ୪ଜଣକୁ ଗିରଫ କରିବା ପରେ ସ୍ଥାନୀୟ ଅବକାରୀ ବିଭାଗର ମୁଖା ଖୁଲିଛି ।

ସ୍ଥାନୀୟ ଲୋକଙ୍କ କହିବା ମୁଳେ ସାଜନ ଭଳି ରେପୁଟେଡ ମଦମାଫିଆ ଓ ଜଳେଶ୍ୱରର ଖାଲି ରାଇବଣିଆ ନୁହେଁ ଆହୁରି ବହୁସ୍ଥାନରେ ବେଆଇନ ଭାବେ ଦେଶୀ ବିଦେଶୀ ମଦ ବିକ୍ରି ଏବଂ ମଦ କାରଖାନାକୁ ଭିତିରିଆ ସ୍ୱକୃତି ଦେଇଛି ଜଳେଶ୍ୱର ଅବକାରୀ ବିଭାଗ । ତେବେ ଜିଲ୍ଲା ଅଧିକାରି ମାନେ ଖାଲି ଚଢଉ କରିପଳେଇ ଆସିବା କେତେଦୁର ଠିକ୍ ତେବେ ଜିଲ୍ଲା ଅବକାରୀ ଚଢାଉ କରୁଥିବା ବେଳେ ସ୍ଥାନୀୟ ଅବକାରୀ ମାନେ କାହିଁକି ଚଢାଉ କରୁନାହାନ୍ତି ଯାହା ସେମାନଙ୍କ ଡକାୟତି ସ୍ପଷ୍ଟ ପ୍ରମାଣିତ କରୁଛି ।

Leave a Reply

Your email address will not be published. Required fields are marked *