ସୋର : ସୋରରେ ଦିନକୁ ଦିନ ହୋଟେଲ ସଙ୍ଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଏହାକୁ ନେଇ ଆମେ ଏକ ସର୍ଭେ କରିଥିଲୁ । ପ୍ରାୟ ୧୮ ଦିନ ବିଭିନ୍ନ ହୋଟେଲକୁ ବିଭିନ୍ନ ସମୟରେ ଯାଇ ଯାଣିବାକୁ ପାଇଲୁ ଏଠି କାଁ ଭାଁ ୧ ରୁ ୨ଟି ହୋଟେଲକୁ ଛାଡିଲେ ଆଉ ପ୍ରାୟ ମଦବେପାର କରୁଛନ୍ତି । ଅନ୍ୟପଟେ ସୋର ଭଳି ଏକ ଛୋଟ ସହରରେ ଥିବା ସରକାରୀ ଠିପି ବନ୍ଦ ବା ଖୋଲା ମଦ ଦୋକାନର ସଂଖ୍ୟା ବଢିଛି । ତେବେ ଏଇ ସରକାରୀ ମଦବେପାରି ମାନେ ସରକାରଙ୍କ ତରଫରୁ ଦିଆଯାଉଥିବା ଟାର୍ଗେଟ ବା (ଏମ ଜି କ୍ୟୁ ) ପୁରଣ କରିନପାରି ହୋଟେଲ ମାନଙ୍କୁ ମଦ ଯୋଗାଉଛନ୍ତି , ତାହା ପୁଣି ସସ୍ତାରେ , ହୋଟେଲ ମାଲିକ ମାନେ ଚୋରା ମଦବେପାରି ସାଜି ଏଇ ମଦକୁ ନେଇ ଚଢା ଦରରେ ବିକ୍ରି କରୁଛନ୍ତି , ସେ ପୁଣି ଧାର୍ଯ୍ୟମୂଲ୍ୟଠାରୁ ୩୦ରୁ ୪୦ ଟଙ୍କା ଅଧିକ ଦରରେ । ଏଥିରେ ଅସାଧୁ ମଦବେପାରି ଓ ସରକାରୀ ମଦବେପାରି ମାଲେ ମାଲ ହେବା ସହ ସ୍ଥାନୀୟ ଅବକାରୀ ଅଧିକାରୀ ମାନେ ପୁରା ଗେଣ୍ଡୁ ପାଲଟି ଯାଉଛନ୍ତି । ଅବକାରୀ ଅଧିକାରୀ କମ ସରକାରୀ ଗୁଣ୍ଡାଭଳି ଏ ଦୁକାନରୁ ସେଦୋକାନ ବୁଲି ଚାନ୍ଦା ଆଦାୟ କରି ଅର୍ଥରୋଜଗାର କରୁଥିବା ସାଧାରଣରେ ଅଭିଯୋଗ ହୁଏ । ସେଇ ଅଧିକାରୀ ମାନେ ସାଧାରଣ ଲୋକଙ୍କୁ ଭୂଆଁ ବୁଲେଇବା ପାଇଁ ମିଛରେ ମିଛରେ କାଁ ଭାଁ ଜଣେ ଦୁଇଜଣକୁ ଧରି ବାହାସଫୁଟ ମାରୁଛନ୍ତି । ତେବେ ସୋରକୁ ଲଖେସାଧବ ନାମକ ଜଣେ ଅବକାରୀ ଅଧିକାରି ଆସିବା ଦିନଠୁ ସୋରର ଅଧିକାଂଶ ହୋଟେଲରେ ଖୁଲମ ଖୁଲା ମଦବେପାର ହେଉଛି । ବାବୁ ଆମର କେବେ ଏଇ ହୋଟେଲ ମାଲିକ କମ ମଦ ମାଫିଆଙ୍କୁ ଧରିବା କେହି ଦେଖିନାହାନ୍ତି ଜଦିବି ହୋଟଲରେ ରେଡ ହୁଏ ତାହାଲେ କର୍ମଚାରୀ ଧରାହୁଅନ୍ତି ମାଲିକ ନୁହଁ କାରଣ ମାସିକା ଟା ମାଲିିକ ଦିଏ । ତେବେ ଅବକାରୀ ଅଧିକାରିଙ୍କ ଏଭଳି ଅସାଧୁ ସମ୍ପର୍କ ପାଇଁ ମାଫିଆ ମାନେ ସୋରକୁ ରାଣ୍ଡ ରାଜ୍ୟ ସଜେଇ ଦେଇଥିବା ବେଳେ ଲଖେସାଧବ ବାବୁଙ୍କୁ ମଦମାଫିଆ ମାନେ ବାଳ ବୋଲି ଖାତିରି କରୁନଥିବା ସାଧାରଣ ଲୋକ କୁହନ୍ତି । ଅନ୍ୟପଟେ ସୋର ଅବକାରୀ ଅଧିକାରୀ ମଦମାଫିଆଙ୍କ ଉପରେ ବିଶେଷ କରି ହୋଟେଲ ନାମରେ ମଦ ବେପାର କରୁଥିବା ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେବା ପ୍ରମାଣ କରୁଛି ବାବୁ ଲଖେସାଧବଙ୍କ ଅବୈଧ ସମ୍ପର୍କର ନିବିଡତାକୁ । ତେବେ ମଦମାଫିଆ ଓ ଅବକେରୀର ସମ୍ପର୍କ ସଓତୁଣି ସମ୍ପର୍କ ରହିବା ପରିବତ୍ତେ ଘଇତା ମାଇପର ସମ୍ପର୍କକୁ ସହଜରେ ଗ୍ରହଣ କରିହେଉନି । ଖାଲି ଦେଖିବାକୁ ବାକି ରହିଲା କେବେ ଘଇତା ମାଇପ ସମ୍ପର୍କର ପୂର୍ଣ୍ଣଛେଦ ପଡୁଛି ଆଉ ଅସାଧୁ ମଦ ମାଫିଆ ବା ହୋଟେଲରେ ମଦବେପାର କରୁଥିବା ବେପାରି ବନ୍ଧା ହେଉଛନ୍ତିା ।
