କରଞ୍ଜିଆ : ଯଶୀପୁର ଟୋଲଗେଟ୍ ନିକଟରେ ଆଜି ଭୋର ସମୟରେ ଗୁଳିମାଡ ହୋଇଛି । ଗୋସେବକଙ୍କୁ ଗୋ-ଚାଲାଣକାରୀଙ୍କ ଗୁଳିମାଡରେ ୨ ଜଣ ଗୁରୁତର ହୋଇଛନ୍ତି । ୨ ଗୁରୁତରଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୋଚାଲାଣ ଗାଡିକୁ ଅଟକାଇବା ସମୟରେ ଗୁଳିମାଡ ହୋଇଥିବା ନେଇ ସୂଚନା ମିଳିଛି । ଘଟଣା ସ୍ଥଳରେ କରଞ୍ଜିଆ ଏସଡିପିଓ ଏବଂ ଯଶୀପୁର ପୁଲିସର ତଦନ୍ତ ଆରମ୍ଭ କରିଛି । ବନ୍ଧୁକ ସହ ମାରଣାସ୍ତ୍ର ଜବତ କଲା ପୁଲିସ । ୧୧ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ୩ଟି ସ୍କର୍ପିଓ ଓ ଗୋଟିଏ ଗାଡି ଜବତ କରିଛି ।
