ମେଡିକାଲ କଲେଜ ସିଟ୍ ଦେବା ନାଁରେ ଠକେଇ, ଦୁଇ ଠକ ଗିରଫ

ଭୁବନେଶ୍ୱର : ମେଡିକାଲ କଲେଜ ସିଟ୍ ଦେବା ନାଁରେ ଠକେଇ । ଦୁଇଜଣ ଠକକୁ ଗିରଫ କରିଛି କମିଶନରେଟ ପୋଲିସ । ଦୁଇ ଠକ ହେଉଛନ୍ତି କଲିକତାର ଅମିତ ବାନାର୍ଜୀ ଓ ବିହାରର ବିକାଶ କୁମାର । ମେ ୫ରେ ପଲ୍ଲବୀ ସାହା ନାମକ ଯୁବତୀଙ୍କ ଅଭିଯୋଗରେ ତଦନ୍ତ କରିଥିଲା ପୋଲିସ । ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ସିଟ୍ ଦେବାକୁ କହି ଟଙ୍କା ଠକିଥିଲେ ।

୩୦ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ କରିଥିଲେ ପଲ୍ଲବୀ । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କ ପାଖରୁ ୧୧ ଲକ୍ଷ ଜବତ ହୋଇଛି । ୧୦ ବର୍ଷ ହେଲାଣି ଦୁଇ ଠକ ଲୋକଙ୍କୁ ଠକୁଥିବା ନେଇ ଜଣାପଡୁଛି । ମେଡ଼ିକାଲ ପରୀକ୍ଷାର ରେଜଲ୍ଟ ଲିଷ୍ଟ ବାହାରିବା ପରେ ପ୍ରାର୍ଥୀଙ୍କୁ ଯୋଗାଯୋଗ କରୁଥିଲେ । ପ୍ରାଙ୍କ କଲ ଆପ ଜରିଆରେ ଫୋନ କରୁଥିଲେ ଠକ ।

ପ୍ରାଙ୍କ କଲ ଆପରେ କଲ କଲେ ଟ୍ରୁ କଲରେ କୌଣସି ନାଁ ଆସୁନଥିଲା । ଫେକ ଅଧାର କାର୍ଡ଼ ଓ କାଗଜପତ୍ର ବ୍ୟବହାର କରି ହୋଟେଲ ଓ ଫ୍ଲାଇଟରେ ଆସୁଥିଲେ ଠକମାନେ । ତେବେ ଏହି ଠକମାନେ ବିଭିନ୍ନ ରାଜ୍ୟରେ ଠକିଥିବା ନେଇ ଅଭିଯୋଗ ହୋଇଛି । ରିମାଣ୍ଡରେ ଆଣି ଜେରା କରାଯିବା ପରେ ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *