ରାଜ୍ୟକୁ ପୁଣି ଫେରିଲା ତାତି, ଆଗାମୀ ୩ ଦିନ ଯାଏଁ ୩ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟକୁ ପୁଣି ଫେରିଲା ତାତି । ଆଗାମୀ ୩ ଦିନ ଯାଏ ୩ ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ପାଇବ ତାପମାତ୍ରା । ବିଶେଷ ପରି ପଶ୍ଚିମ ଓଡିଶାର ୧୦ଟି ସହରରେ ପାରଦ ୪୦ ଡିଗ୍ରୀ ଟପିଥିବା ବେଳେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେର୍କଡ କରାଯାଇଛି ।

ସେହିପରି ସୁବର୍ଣ୍ଣପୁରରେ ୪୨.୮, ଦେବଗଡରେ ୪୨, ସୁନ୍ଦରଗଡରେ ୪୨, ଝାରସୁଗୁଡାରରେ ୪୧.୬, ତାଲଚେର ୪୧, ଟିଟିଲାଗଡରେ ୪୧ ଏବଂ ସମ୍ବଲପୁରରେ ୪୦ ଡିଗ୍ରୀ ତାପମାତ୍ରା ରେର୍କଡ କରାଯାଇଛି । ଆଗକୁ ମଧ୍ୟ ତାପମାତ୍ରାରେ ଆହୁରି ବୃଦ୍ଧି ଘଟିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ଭୀଷଣ ତାପମାତ୍ରା ଯୋଗୁ ବାୟୁମଣ୍ଡଳରେ ଆଦ୍ରତା ବଢୁଥିବାରୁ ଜନସାଧାରଣଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଆସନ୍ତ ୨୪ ତାରିଖ ପରେ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *