ଆଜିର ରାଶିଫଳ

ମେଷ : ଆପଣଙ୍କ ବିଚାର ସକାରାତ୍ମକ ରହିବ । ଜୀବନସାଥୀଙ୍କ ସହିତ ବ୍ୟବସାୟ ନେଇ କଥା ହୋଇପାରନ୍ତି । ସମସ୍ୟାର ସମାଧାନ ସହଜରେ ବାହାରିଯିବ । କାହାରିକୁ ଧାର ଦିଅନ୍ତୁ ନାହିଁ ।

ବୃଷ : ମାନସିକ ରୂପେ ସୁସ୍ଥ ରହିବେ । ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି । ଜମି ବିକ୍ରିରୁ ଆପଣଙ୍କୁ ଲାଭ ହେବ । ବ୍ୟବସାୟୀଙ୍କୁ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ ।

ମିଥୁନ : ପରିବାରର ଜରୁରୀ କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ରହିବ । ବ୍ୟବସାୟ ସ୍ଥାନାନ୍ତର ଲାଗି ଯୋଜନା କରିପାରନ୍ତି । ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ ।

କର୍କଟ : ଅଫିସରେ ବାକିଥିବା କାମ ସଂପୂର୍ଣ୍ଣ ହୋଇଯିବ । କଳା ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଉତ୍ତମ । ଜୀବନସାଥୀଙ୍କ ସହିତ ଭଲରେ ସମୟ କାଟିବେ ।

ସିଂହ : ଶୁଭ ଖବର ପାଇବାର ସମ୍ଭାବନା ଅଛି । ପୂର୍ବରୁ ଲାଗି ରହିଥିବା ଚିନ୍ତା ସମାପ୍ତ ହେବ । ଅଫିସର ପରିବେଶ ଭଲ ରହିବ । ପ୍ରସାଧନ ବ୍ୟବସାୟୀଙ୍କର ଉନ୍ନତି ହେବ ।

କନ୍ୟା : ବାଟରେ ଯିବାବେଳେ ବନ୍ଧୁ ସହିତ ଭେଟ ହେବ । ପୁରୁଣା ବିଚାରକୁ ଛାଡ଼ି ନୂଆ ବିଚାର ଗ୍ରହଣ କରିବେ । କୃଷିଜୀବୀଙ୍କୁ ଲାଭ ମିଳିପାରେ । ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ ।

ତୁଳା : ବ୍ୟବସାୟ କାମରେ ଭାଗୀଦାରଙ୍କ ସହଯୋଗ ପାଇବେ । ପ୍ରତ୍ୟେକ ଜିନିଷକୁ ଭଲଭାବେ ସମ୍ଭାଳି ନେବେ । ବିବାହିତଙ୍କୁ ସୁଖ ପ୍ରାପ୍ତି ହେବ । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ।

ବିଛା : ଆପଣଙ୍କ କାମ କରିବା ଶୈଳୀ ଲୋକମାନଙ୍କୁ ପସନ୍ଦ ଆସିବ । କବିମାନେ କବିତା ପାଠ କରିବାର ସୁଯୋଗ ପାଇବେ । ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିପାରେ ।

ଧନୁ : ଉନ୍ନତି ପାଇଁ ନୂଆ ସାଧନ ମିଳିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ବ୍ୟବସାୟରେ ସବୁ କିଛି ଭଲ ହେବ । ପ୍ରେମ ସମ୍ବନ୍ଧ ପ୍ରତି ଆପଣ ଅଧିକ ବିନମ୍ର ରହିବେ ।

ମକର : ଆପଣ ଆଖପାଖର ଲୋକଙ୍କ ସାହାଯ୍ୟ ପାଇବେ । ସାମାଜିକ ପରିସର ବୃଦ୍ଧି ପାଇବ । ଚାକିରି ପାଇଁ ବଡ଼ କଂପାନିରୁ ଇମେଲ୍ ଆସିପାରେ । ବାହାରକୁ ବୁଲି ଯାଇପାରନ୍ତି ।

କୁମ୍ଭ : ଘନିଷ୍ଠ ଲୋକଙ୍କ ସାହଯ୍ୟରେ ଅଶାନ୍ତି ଦୂର ହେବ । ବିଦେଶର କଂପାନିରେ ଆପଣ ଅଂଶୀଦାର ହୋଇପାରନ୍ତି । ମନୋରଂଜନରେ ଅଧିକ ସମୟ ଏବଂ ଅର୍ଥ ବ୍ୟୟ କରନ୍ତୁ ନାହିଁ ।

ମୀନ : ଜୀବନରେ କୌଣସି ପରିବର୍ତ୍ତନ ଆଣିବା ଲାଗି ଭାବିବେ । ଅଚାନକ ଅର୍ଥ ମିଳିବ । ପରିବାର ଲୋକଙ୍କ ଆବଶ୍ୟକତାକୁ ପୂରା କରିବେ । ପ୍ରେମୀଯୁଗଳଙ୍କର ସମ୍ବନ୍ଧରେ ମଧୁରତା ଆସିବ ।

Leave a Reply

Your email address will not be published. Required fields are marked *