ଆନନ୍ଦପୁର : ଆନନ୍ଦପୁର ଦୈତାରି ରେଞ୍ଜ ବୁଢ଼ିପଦା ଗାଁରୁ ମହାବଳ ବାଘ ଛାଲ ଜବତ ହୋଇଛି । ଘଟଣାରେ ଜଣଙ୍କୁ ଅଟକ ରଖିଛି ବନ ବିଭାଗ । ଗାଁର ବୁଟୁ ମହାକୁଡ଼ ମହାବଳ ବାଘ ଛାଲ ଘରେ ରଖିଥିବା ନେଇ ବନବିଭାଗ ଜାଣିବା ପରେ ଚଢ଼ାଉ କରିଥିଲା । ବିଳମ୍ବିତ ରାତିରେ ଚଢ଼ାଉ କରି ବାଘ ଛାଲ ଜବତ କରିଛି ବନ ବିଭାଗ ।
ବୁଟୁ ମହାକୁଡ଼ଙ୍କ ବାପା ବିଷ ଦେଇ ମହାବଳ ବାଘକୁ ମାରିଥିବା ଜଣାପଡ଼ିଛି । ଘଟଣାରେ ଆଉ ୨ ଜଣ ମଧ୍ୟ ସମ୍ପୃକ୍ତ ଥିବା ବନ ବିଭାଗକୁ ଜଣାଇଛି ଅଭିଯୁକ୍ତ । ଅଧିକ ତଦନ୍ତ ପରେ ପ୍ରକୃତ ସତ ପଦାକୁ ଆସିବ ବୋଲି କହିଛନ୍ତି ଡିଏଫଓ । ତେବେ ପୋଲିସ ତାର ତଦନ୍ତ ଜାରି ରଖିଛି ।
