ମେଷ : ପୂର୍ବ ନିବେଶରୁ ଆପଣଙ୍କୁ ଲାଭ ହେବ । ରାଜନେତାଙ୍କର ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ । ପଇସା ଦେବାନେବା ବେଳେ ସାବଧାନ ରୁହନ୍ତୁ ।
ବୃଷ : ଆପଣଙ୍କ ଉପରେ ଲୋକଙ୍କର ଭରସା ବଢ଼ିବ । ବ୍ୟବସାୟ ବିଷୟରେ ଠିକ୍ କଥା କହିବେ। ଅଧୁରା କାମ ପୂରା କରିବା ଲାଗି ଭଲ ଦିନଟିଏ । ସ୍ବାସ୍ଥ୍ୟ ଭଲ ରହିବ ।
ମିଥୁନ : ଆପଣଙ୍କର ରଚନାକୁ ଲୋକେ ପ୍ରଶଂସା କରିବେ । ଜୀବନସାଥୀ ଘନିଷ୍ଠ ହେବେ । ସ୍ଥଗିତ କାମ ନେଇ ସରକାରୀ କର୍ମଚାରୀଙ୍କ ମତ ପାଇବେ ।
କର୍କଟ : ଦୀର୍ଘ ଦିନରୁ ଲାଗି ରହିଥିବା ବାଧା ଦୂର ହେବ । ଘର ଲୋକଙ୍କ ସହିତ ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ । ମହିଳାମାନେ ରୋଷେଇ ସମୟରେ ସାବଧାନ ରୁହନ୍ତୁ ।
ସିଂହ : ବ୍ୟବସାୟରେ ଅଗ୍ରଗତି ପାଇଁ ଅଧିକ ପରିଶ୍ରମ କରନ୍ତୁ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ । ଅଫିସରେ କରିଥିବା କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ ।
କନ୍ୟା : ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ । କାର୍ଯ୍ୟକ୍ଷେତ୍ରରେ ଯଥେଷ୍ଟ ସଫଳତା ପାଇବେ । ପ୍ରେମୀଯୁଗଳ ପରସ୍ପରଙ୍କ ଭାବନା ବୁଝନ୍ତୁ ।
ତୁଳା : ସମ୍ମାନିତ ଲୋକଙ୍କ ସହିତ ମିଶିବାର ମଉକା ପାଇବେ । ମହିଳାଙ୍କ ଲାଗି ଦିନଟି ଆରାମଦାୟକ । କଠିନ ବିଷୟ ନେଇ ଶିକ୍ଷକଙ୍କ ସହିତ ଆଲୋଚନା କରିବେ ।
ବିଛା : କରିଆସୁଥିବା ପ୍ରୟାସର ଫଳ ପାଇବେ । ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ । ଜୀବନସାଥୀଙ୍କ ସହିତ ମନାନ୍ତର ହୋଇପାରେ ।
ଧନୁ : ଆପନଙ୍କ ସ୍ୱଭାବ ଲୋକଙ୍କ ଧ୍ୟାନ ଆକର୍ଷଣ କରିବ । ନୂଆ ଜମି କିଣିବା ପୂର୍ବରୁ ମୁରବିଙ୍କ ସମ୍ମତି ନିଅନ୍ତୁ । ବଡ ଓକିଲଙ୍କ ପରାମର୍ଶ ଲାଭଦାୟକ ହେବ ।
ମକର : ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ନିଜ ଲକ୍ଷ୍ୟର ଯଥେଷ୍ଟ ନିକଟରେ ପହଂଚି ପାରିବେ । ଜରୁରୀ କାମ ଅନ୍ୟମାନଙ୍କ ଭରସାରେ ଛାଡନ୍ତୁ ନାହିଁ ।
କୁମ୍ଭ : ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ । ନିଜ ଚାରିପାଖର ଗତିବିଧି ଉପରେ ଦୃଷ୍ଟି ରଖନ୍ତୁ । ଆର୍ଥିକ ସ୍ଥିତି ଭଲ ରହିଲେ ବି ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।
ମୀନ : ବ୍ୟବସାୟରେ ସକରାତ୍ମକ ପରିଣାମ ପାଇବେ । ଆର୍ଥିକ ସ୍ଥିତି ଯଥେଷ୍ଟ ମଜଭୁତ ହେବ । ଏକାନ୍ତରେ ଅଧ୍ୟୟନ କରନ୍ତୁ, ପଢାରେ ମନ ଲାଗିବ ।
