ସିମୁଳିଆ : ପ୍ରତାପ ଷଡଙ୍ଗିଙ୍କ ଅଭିନୟ ସାରା ଦେଶର ଲୋକ ଦେଖିଥିଲେ ନିମ ଦାନ୍ତ କାଠିରେ ଦାନ୍ତ ଘସିବା , ପୋଖରିରେ ଗାଧୋଇବା , ସାଇକେଲ ଚଲାଇବା ଏଥିରେ ଖୁସି ହୋଇ ମୋଦି ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କଲେ କିନ୍ତୁ କାମ କିଛି ହେଲାନି ଜେ ପୁଣି ବିଦା କରିଦେଲେ I ଏବେ ପୁଣି ଜ୍ୟୋତି ପ୍ରକାଶ ପାଣିଗ୍ରାହିଙ୍କ ଅଭିନୟ ଦେଖିବାକୁ ମିଳିଛି ସାରେ ଆଜି ପାଇଖାନାସଫାକରୁଥିବା ଭିଡିଓ ଶୋସିଆଲ ମିଡିଆରେ ପୋଷ୍ଟ ହୋଇଛି , ଲୋକ କଣ ବୁଝୁଛନ୍ତି ସେ ଅଲଗା କଥା କିନ୍ତୁ ସେ ଭିଡିଓ ଜଣାଇ ଦେଉଛି ମନ୍ତ୍ରୀ ମୋହଦୟ ସଫେଇ କରିବା ଆଗରୁ ଫଟ ଉଠାଇବା ଲୋକକୁ ମଜୁରି ଦେଇକି ସାଙ୍ଗରେ ନେଇଛନ୍ତି ଏବଂ ନିଜକୁ ଭାରି ସରଳ ଦେଖେଇବା ପାଇଁ ପାଇଖାନା ସଫା ନାମରେ ଅଭିନୟ ଆରମ୍ଭ କରିଦେଇଛନ୍ତି I ଏଠି ପ୍ରଥମ କଥା ସେ ସ୍କୁଲରେ ପିଅନ ନାହାନ୍ତିକି ଜଦି ପିଅନ ଅଛନ୍ତି ସେ ସଫା କାହିଁକି କରିନାହାନ୍ତି , ଜଦି ପିଅନ ନାହାନ୍ତି ପିଅନ ନିଯୁକ୍ତି କରିବା ପାଇଁ ମନ୍ତ୍ରୀମୋହଦୟ କଣ ପଦଖ୍ୟେପ ନେଇଛନ୍ତି ? ଏମିତି ଅଭିନୟ ନିର୍ବାଚନ ପାଖେଇ ଆସିଲେ ନେତାଙ୍କର ଦେଖିବାକୁ ମିଳେ I ଲୋକ ଆଉ ଆଳୁଆ ନାହାନ୍ତି ଲୋକ ଯାଣନ୍ତି ନେତାଙ୍କ ପାଲା କିନ୍ତୁ ଜ୍ୟୋତି ନନାଙ୍କ ଇଏ କି ପାଲା ତାକୁ ନେଇ ଏବେ ବଡ ପ୍ରଶ୍ନ , କାରଣ ପାଲା ୨ ପ୍ରକାର ପୂର୍ବରୁ ମନ୍ତ୍ରୀଙ୍କ ଶୁଆ ପାଲା କଥା ଲୋକ ଯାଣନ୍ତି ଏବେ ଏ ସଫେଇଟା କୁଆଡେ ଶୁଆ ପାଲା ବୋଲି ଲୋକ କହୁଛନ୍ତି I ମନ୍ତ୍ରୀ ମହୋଦୟ ପୂର୍ବରୁ ଆକାଶ ପଥରେ ବନ୍ଧୁ ବାନ୍ଧବ ସାଙ୍ଗ ସାଥୀ ଓ ତାଙ୍କ ଛୁଆପିଲାକୁ ଧରି ଜିବାକୁ ନେଇ ଚର୍ଚ୍ଚାରେ ରହିଥିଲେ ଏବେ ପୁଣି ପାଇଖାନା ସଫା କରି ଚର୍ଚ୍ଚାକୁ ଆସିଥିଲେବି ମନ୍ତ୍ରୀଙ୍କ ପାଇଖାନା ସଫାକୁ ଲୋକ ବୁଢା ବାଘର କଙ୍କଣ ଦାନ ସହ ତୁଳନା କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି I
