ଭଦ୍ରକ : ଧାମରା ରୁ ଯାମୁଝାଡି ରାସ୍ତା ନିର୍ମାଣକୁ ବିତିଗଲା ଚାରି ବର୍ଷ, ଅନେକ ସ୍ଥାନରେ କାମ ଅସମ୍ପୂର୍ଣ ହେଇଥିବା ବେଳେ ଆଉ କିଛି ସ୍ଥାନରେ ପିଚ ଉଠି ଖାଲ ହେଲାଣି ଯାହାର ମରାମତି କାମ ଚାଲୁ ରହିଛି l ସାଧାରଣରେ କାମ ନିମ୍ନ ମାନର ହେଉଥିବା ଚର୍ଚ୍ଚା ହେଇଥିବା ବେଳେ ବିଗତ କିଛି ଦିନର ଯଦି ଦୁର୍ଘଟଣାକୁ ଦେଖିବା ଯାହାର ମୁଖ୍ୟ କାରଣ ଅଧା ଗଢ଼ା ରାସ୍ତା ବୋଲି ଜଣାପଡୁଛି l ଏହି ୬୨ କିମି ରାସ୍ତା ନିର୍ମାଣ କରୁଥିବା ଠିକା କମ୍ପାନୀ ସହିତ ଏହି ତିନି ପ୍ରମୁଖ ରାଜନୀତିକ ଦଳର ଯେମିତି କୌଣସି ଭିତିରି ବୁଝାମଣା ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି l ଦୁର୍ଘଟଣା ଟିଏ ଘଟିଲେ ରାଜନୀତିକ ନେତା ନିଜ ଦଳର ପତିଆରା ଜାହିର କରିବାକୁ ରାସ୍ତା ରୋକରେ ଲାଗିପଡ଼ନ୍ତି l ଆଉ ଯଦି ଶାସକ ଦଳର କଥା କହିବା ଠିକା କମ୍ପାନୀରେ ଅନେକ ନେତା ଭାଗିଦାରୀ ଥିବା ଚର୍ଚ୍ଚା ହେଉଛି l ପ୍ରତିଦିନ ଧାମରା ବନ୍ଦରକୁ ସହ ସହ ଓଭର ଲୋଡିଙ୍ଗ ଗାଡି ପରିବହନ କରୁଥିବା ବେଳେ, ଦୁର୍ଘଟଣାରେ ଶିକାର ହେଉଥିବା ବେଳେ ତିନି ପ୍ରମୁଖ ରାଜନୀତିକ ଦଳର ଭୂମିକା ସନ୍ଦେହ ଘେରରେ l ଦେଖିବାକୁ ବାକି ରହିଲା କେବେ ସରିବ ରାସ୍ତାର କାମ l
