ଆଜିର ରାଶିଫଳ

ମେଷ : ଧ୍ୟାନ ଜପ ଦ୍ୱାରା ମନରେ ସକରାତ୍ମକ ଶକ୍ତି ସଂଚାର ହେବ । ଅଫିସରେ ସମସ୍ତଙ୍କ ସହିତ ତାଳମେଳ ବଜାୟ ରହିବ । ବ୍ୟବସାୟୀଙ୍କ ଲାଗି ଦିନଟି ଭଲ । ଆର୍ଥିକ ସ୍ଥିତି ସୁଦୃଢ ରହିବ ।

ବୃଷ : ପୂର୍ବ କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି । ନୂଆ ଜାଗାକୁ ଯିବା ପାଇଁ ଯୋଜନା କରିବେ । କିଛି ଲୋକଙ୍କ ଠାରୁ ଆଶାଠୁଁ ଅଧିକ ଲାଭ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ : ଆତ୍ମବିଶ୍ୱାସର ସ୍ତର ଉଚ୍ଚା ରହିବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢିପାରେ । କାରବାର ବୃଦ୍ଧି ଲାଗି ଆପନଙ୍କୁ ଭଲ ପରାମର୍ଶ ମିଳିବ । ଛାତ୍ର ଶୁଭ ଖବର ପାଇବେ ।

କର୍କଟ : ସରକାରୀ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସରକାରଙ୍କର ପ୍ରୋତ୍ସାହନ ମିଳିପାରେ । ଲୁଗା ବ୍ୟବସାୟଙ୍କ ଲାଗି ଦିନଟି ଭଲ । ଜୀବନରେ ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ ।

ସିଂହ : ସମ୍ପର୍କୀୟଙ୍କ ସହିତ କଥାବାର୍ତ୍ତା ବେଳେ ନୂଆ କାମର ସନ୍ଧାନ ମିଳିପାରେ । ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ । ଛାତ୍ରଛାତ୍ରୀଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିବ ।

କନ୍ୟା : କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ପାଇବେ । କୌଣସି ସମ୍ପର୍କୀୟ ଆପଣଙ୍କୁ ଧାର ମାଗି ପାରନ୍ତି । ଘରେ ଖୁସିର ମାହୋଲ ରହିବ । ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ ଆସିପାରେ ।

ତୁଳା : ଚାକିରିରେ ବଡ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହେବ । ଭବିଷ୍ୟତ ଲାଗି ଯୋଜନା ତିଆରି କରିବେ । ଘରକୁ ବନ୍ଧୁ ଆସିବା ହେତୁ ଖୁସିର ପରିବେଶ ହେବ । ସ୍ୱାଦିଷ୍ଠ ଖାଦ୍ୟ ଖାଇବେ ।

ବିଛା : କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ପରିବାର ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ ।

ଧନୁ : ଚାକିରି ବୃତ୍ତିରେ ଆହ୍ୱାନ ଦେଖାଦେବ । ଭାଗ୍ୟର ପୂରା ସହଯୋଗ ପାଇବେ । ବିଦେଶରେ ଥିବା ସମ୍ପର୍କୀୟଙ୍କ ଠାରୁ ଶୁଭ ଖବର ପାଇବେ । ପରିବାର ସଦସ୍ୟଙ୍କ ମଧ୍ୟରେ ବିଶ୍ୱାସ ବଢିବ ।

ମକର : ବ୍ୟବସାୟରେ ସମ୍ପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିବ । ବାପାଙ୍କ ପ୍ରଦର୍ଶିତ ମାର୍ଗରେ ଆଗକୁ ବଢନ୍ତୁ, ସଫଳତା ମିଳିବ । କଲେଜ ଜୀବନର ସାଙ୍ଗ ସହିତ ଦେଖା ହେବ ।

କୁମ୍ଭ : ଶୁଭ ଗ୍ରହ ଚଳନ ଯୋଗୁଁ ଆପଣଙ୍କ ଭାବନାରେ ପରିବର୍ତ୍ତନ ଆସିବ । ଯାହା ବି ନିଷ୍ପତ୍ତି ନେବେ ଆପଣଙ୍କ ଲାଗି ଲାଭପ୍ରଦ ରହିବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ ।

ମୀନ : ଆପଣଙ୍କ ରଚନାତ୍ମକ କାର୍ଯ୍ୟ ଆପନଙ୍କୁ ଆଗକୁ ବଢାଇବାରେ ସହାୟକ ହେବ । ଘରୋଇ ସଂସ୍ଥାରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ଦରମା ବୃଦ୍ଧି ହୋଇପାରେ ।

Leave a Reply

Your email address will not be published. Required fields are marked *