ଭଦ୍ରକ : ସପ୍ତମ ବେତନ ପ୍ରଦାନରେ ସରକାରଙ୍କର ତୃଟିପୂର୍ଣ୍ଣ ନିଷ୍ପତ୍ତି ବିରୁଦ୍ଧରେ ଓଷ୍ଟା ପକ୍ଷରୁ ଆନ୍ଦୋଳନ । ଭଦ୍ରକ ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ତରଫରୁ ରାଜ୍ୟ ସରକାର ୧୩ ତାରିଖରେ ପ୍ରକାଶ କରିଥିବା ସପ୍ତମ ବେତନ ପ୍ରଦାନର ପଦ୍ଧତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମନ୍ତବ୍ୟ ଦେଇ ଓଷ୍ଟାର କର୍ମକର୍ତ୍ତାବୃନ୍ଦ ଏପରି ଆନ୍ଦୋଳନ କରିଛନ୍ତି । ତେବେ ସରକାର ଯଦି ତୁରନ୍ତ ସଠିକ ପଦକ୍ଷେପ ନ ନିଅନ୍ତି ତାହେଲେ ରାଜରାସ୍ତାକୁ ଓଷ୍ଟା ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
ଏହି ପରିପ୍ରେକ୍ଷୀରେ ଓଷ୍ଟା ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ଘେରାଉ କରାଯାଇଥିଲା । ପରେ ବୄହତ ଆନ୍ଦୋଳନ ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
