ଉଜୁଡିଲା ଫସଲ : ଚାଷୀ ମୁଣ୍ଡରେ ଚଡକ

 

ଜଳେଶ୍ବର : ଅଦିନିଆ ଲଘୁଚାପ ବର୍ଷା ରେ ଉତ୍ତର ବାଲେଶ୍ୱରର ବସ୍ତା,ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ଅଞ୍ଚଳରେ ଏକର ଏକର ରବି ଫସଲ ନଷ୍ଟ ହେବା ଏକପ୍ରକାର ଆଶଙ୍କା ଦେଖାଦେବା ବେଳେ ରବି ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଚାଷୀ ଭାଇମାନେ ଏହି ଚାଷକାମ ପାଇଁ ହଜାର ହଜାର ଟଙ୍କା ବିଭିନ୍ନ ବ୍ୟାଙ୍କ ଓ ଗାଁ ମାନଙ୍କରୁ କରଜ କରି ଚାଷ କରିଥାନ୍ତି ।

ଯଦି ଏହି ବର୍ଷରେ ଚାଷ ସବୁ ଉଜୁଡି ଯିବ ତାହାଲେ ଚାଷୀ ଅଣ୍ଟା ସଳଖି ଚାଳିବା ତ ଦୂରର କଥା ଚାଷୀ ପରିବାରଙ୍କ ମୁଣ୍ଡ ଉପରେ ନଳିତା ବୋଝ ସଦୃଶ୍ୟ ହୋଇଦେଖା ଦେବାଟା ନିଶ୍ଚିତ ।ତେବେ କୁହାଯାଉଛି ଯେ ବସ୍ତା ବ୍ଳକର ଚୁରମରା, ରଘୁନାଥପୁର,ପାଉଁଶକୁଲି,ତାଡ଼ଦା ବାଲିଆପାଳର ବଡାପାଳ,ଗଡ଼ସାହି ବାଲିଆପାଳ,ବିଷ୍ଣୁପୁର,ଆମ୍ଭଚୁହା, ଭୋଗରାଇର ରସଲପୁର,ବାଉଁଶ ବଣି,ଆରୁହାବୃତି(୧), ଆରୁହାବୃତି(୨),ଖଳାବାଡ଼ିଆ,କୁମ୍ଭୀର ଗଡି, ଭୁଷେଣ୍ଡେଶ୍ୱର,କୀର୍ତ୍ତୀନିଆ ସେହିପରି ଜଳେଶ୍ୱରର ଝାଡ଼ପିମ୍ପଳ,ପାଇକସିଦା,ବାଇଗଣବାଢିଆ, ପଶ୍ଚିମବାଡ଼,କଣ୍ଟାପାଳ,କୁଅଁର ପୁର,ମାଳିପାଳ,ଗୋବରଘଟା, ପ୍ରହରାଜପୁର ପ୍ରମୁଖ ଅଞ୍ଚଳର ଚାଷ କାକୁଡ଼ି,ଜହ୍ନି, କାଲରା,ଭେଣ୍ଡି କଖାରୁ,ତରଭୁଜ, ଟମାଟୋ, ବାଦାମ ଚାଷ ପ୍ରଭୁତି ଜମିରେ ଏହି ଅଦିନିଆ ବର୍ଷା ପାଣି ଜମି ରହିଛି । ତେବେ ଗଛ ପାଚିବାଟା ଏକପ୍ରକାର ଥୟ ବୋଲି ଆଶଙ୍କା କରାଯାଇଛି ।

Leave a Reply

Your email address will not be published. Required fields are marked *