କାୟା ମେଲାଉଛି ନ୍ୟୁଜିଲାଣ୍ଡର ଭିଡକମ କମ୍ପାନୀ, ଟାର୍ଗେଟ୍ ରେ ଗ୍ରାମାଞ୍ଚଳର ବେକାର ଯୁବକ ଯୁବତୀ

ଭୁବନ : ଗାଁ ଗାଁରେ କାୟା ମେଲାଉଛି ନ୍ୟୁଜିଲ୍ୟାଣ୍ଡର ଭିଡକମ ( vidcom ) କମ୍ପାନୀ ନାମକ ଏକ ଘରୋଇ ଅର୍ଥ ନେଣଦେଣ କାରୀ ସଂସ୍ଥା । ଟାର୍ଗେଟ୍ ରେ ଗ୍ରାମାଞ୍ଚଳର ବେକାର ଯୁବକ ଯୁବତୀ । କମିସନ୍ ଲୋଭ ଦେଖାଇ ଏଜେଣ୍ଟଙ୍କ ଜରିଆରେ କରୁଛି ଅର୍ଥ ନେଣଦେଣ । କମ୍ପାନୀ କେତେ ଠିକ ତାକୁ ନେଇ ଉଠିଛି ପ୍ରଶ୍ନ ।

ସେପଟେ ଲୋକଙ୍କ ଭରଷାଯୋଗ୍ୟ ହେବାକୁ ସରକାରୀ କାର୍ଯ୍ୟାଳୟରେ କମ୍ପାନୀ କରୁଛି ବୈଠକ । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କାର୍ଯ୍ୟାଳୟରେ । ଭୁଷଳ ସରପଞ୍ଚ ଟୁନୀ ମଲ୍ଲିକଙ୍କ ସ୍ୱାମୀ ଚିତରଞ୍ଜନ ମଲ୍ଲିକ କିପରି ଓ କାହିଁକି ପଞ୍ଚାୟତ କାର୍ଯ୍ୟାଳୟରେ ସଭାଗୃହଟିକୁ କମ୍ପାନୀର ସଭାପାଇଁ ଆଜି ଗୋଟିଏ ଦିନପାଇଁ  ଛାଡିଦେଇଥିଲେ ତାହା ପ୍ରଶ୍ନବାଚୀ ।

ଏଠାରେ ବ୍ଲକର ଅଠରଟି ପଞ୍ଚାୟତର ଶହେରୁ ଉର୍ଦ୍ଧ୍ୱ ଡିଲର ଓ ରିଟେଲରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ବେଆଇନ ବୈଠକକୁ ନେଇ ଲୋକମାନଙ୍କ ମନରେ ଉଠିଛି ସନ୍ଦେହ  । ଏ ନେଇ ଭୁବନ ବ୍ଲକ ବିଡିଓ ଆଶିର୍ବାଦ ପରିଡା ଅବଗତ ନଥିବା ଜଣାଇଛନ୍ତି । ତେବେ ଖୁବଶୀଘ୍ର ତଦନ୍ତ କରି ସରପଞ୍ଚଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ।

Leave a Reply

Your email address will not be published. Required fields are marked *