ଇନ୍‌ଫୋସିଟି ଥାନା ନିକଟରୁ ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାରଙ୍ଗ : ଥାନା ନିକଟରୁ ମୃତଦେହ ଠାବ । ଭୁବନେଶ୍ୱର ଇନ୍‌ଫୋସିଟି ଥାନା ନିକଟରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକଙ୍କ ବୟସ ପାଖାପାଖି ୨୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ଇନ୍‌ଫୋସିଟି ଥାନା ନିକଟରୁ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି । ମୃତ ଯୁବକଙ୍କ ହତ୍ୟା କରାଯାଇ ଏଠାରେ ଫିଙ୍ଗାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତକଙ୍କ ଘର ବାରଙ୍ଗ ବାଲିପୋଡ଼ା ଅଞ୍ଚଳର ହୋଇଥିବା ବେଳେ ସେ ନିକଟରେ ଥିବା ଏକ କମ୍ପ୍ୟୁଟର ସଂସ୍ଥାରେ କାମ କରୁଥିଲେ ।

ତେବେ ମୃତ୍ୟୁର ପଛର କାରଣ କଣ । ଯଦି ହତ୍ୟା କରାଯାଇଛି, ତେବେ କିଏ ଓ କାହିଁକି ହତ୍ୟା କରିଛି ? ସେନେଇ ପୋଲିସ ତଦନ୍ତ ପରେ ହିଁ ପୁରା ସ୍ପଷ୍ଟ ହେବ । ଏପିରିକି ଆବଶ୍ୟକ ପଡିଲେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *