ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ତିନୋଟି ଗେଟ୍ ଖୋଲିବା ଦାବିରେ ଛାତ୍ରଛାତ୍ରୀଙ୍କ ତରଫରୁ ଗେଟ୍ ସମ୍ମୁଖରେ ଧାରଣା

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ତିନୋଟି ଗେଟ୍ ଖୋଲିବା ଦାବିରେ ଛାତ୍ରଛାତ୍ରୀଙ୍କ ତରଫରୁ ଗେଟ୍ ସମ୍ମୁଖରେ ଧାରଣା ଦିଆଯାଇଛି । ରେଭେନ୍ସା କର୍ତ୍ତୃପକ୍ଷ ଦୀର୍ଘ ଦିନ ହେବ ବିଶ୍ଵ ବିଦ୍ୟାଳୟର ମୁଖ୍ୟ ଗେଟକୁ ସନ୍ଧ୍ୟା ୬ ରୁ ୮ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଛତ୍ର ବଜାର ମାଲଗୋଦାମ (ପିଲିଗ୍ରିମ୍ ରୋଡ) ପାର୍ଶ୍ଵକୁ ଥିବା ଗେଟକୁ ଏହି ସମୟରେ ଖୋଲା ଯାଉଛି । ପିଲିଗ୍ରୀମ ରୋଡ ଦେଇ ଛାତ୍ରଛାତ୍ରୀମାନେ ଯିବା ସମୟରେ ଅନ୍ଧାର ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି । ଏନେଇ ଆଗରୁ ମଧ୍ୟ ଭିସିଙ୍କୁ ଜଣାଯାଇଥିଲା କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ରଖିନଥିଲେ କର୍ତ୍ତୃପକ୍ଷ ।

Leave a Reply

Your email address will not be published. Required fields are marked *