ବିଳମ୍ୱିତ ରାତିରେ ମନ୍ଦିର ପରିସରରୁ ୩୦ ଲକ୍ଷ ଟଙ୍କାର ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତମାନେ

ଭୂବନ : ବିଳମ୍ୱିତ ରାତିରେ ମାତିଲେ ଲୁଟେରା । ସୋମବାର ବିଳମ୍ୱିତ ରାତିରେ ମନ୍ଦିର ପ୍ରାଙ୍ଗଣରୁ ଚନ୍ଦନ ଗଛ କାଟି ନେଇଛନ୍ତି ଦୁର୍ବୃତ୍ତ । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁଷଳ ଗ୍ରାମ ଝରଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ।

ଆଜିକୁ କୋଡିଏ ବର୍ଷ ହେବ ଗ୍ରାମବାସୀ ମନ୍ଦିର ପ୍ରାଙ୍ଗଣରେ ଦୁଇଟି ଚନ୍ଦନ ଗଛ ଲଗାଇଥିଲେ । କିନ୍ତୁ ଗତକାଲି ରାତିରେ ଦୁଇଟିରୁ ଗୋଟିଏ ଗଛ ଦୁର୍ବୃତ୍ତମାନେ କାଟି ନେଇଥିବା ବେଳେ ଅନ୍ୟ ଗଛଟିକୁ ଅଧା କାଟି ଛାଡି ଚାଲିଯାଇଛନ୍ତି । ତେବେ ଚନ୍ଦନ ଗଛଟିର ମୂଲ୍ୟ ତିରିଶ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *