ଆଜିର ରାଶିଫଳ

ମେଷ : କାରବାରରେ ଉତ୍‌ଥାନ ପତନ ଲାଗି ରହିବ । ବୁଝି ବିଚାରି ସମସ୍ୟାର ସମାଦାନ କରନ୍ତୁ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ଜୀବନସାଥୀଙ୍କ ଠାରୁ ଯଥେଷ୍ଟ ପ୍ରେମ ପାଇବେ ।

ବୃଷ : ଆପଣଙ୍କ ମସ୍ତିକକୁ ନକାରାତ୍ମକ ଚିନ୍ତା ଆସିବାକୁ ଦିଅନ୍ତୁ ନାହିଁ । ଧନଲାଭର ସମ୍ଭାବନା ଅଛି । ଖର୍ଚ୍ଚ ବଢିବ । ବ୍ୟାଙ୍କରେ କାମ କରୁଥିବା ଲୋକଙ୍କୁ ଭଲ ଖବର ମିଳିବ ।

ମିଥୁନ : ସାମାଜିକ କାର୍ଯ୍ୟରେ ସହଯୋଗ କରିବେ । ଶତ୍ରୁ ଦବି ରହିବେ । ନିର୍ଦ୍ଧାରିତ ସମୟ ପୂର୍ବରୁ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ । ଛାତ୍ରୀଙ୍କର ଲେଖାପଢାରେ ମନ ଲାଗିବ ।

କର୍କଟ : ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ ରହିବ । ନୂଆ ବିଚାରକୁ ଖୋଲା ମନରେ ସ୍ୱୀକାର କରନ୍ତୁ । ପ୍ରେମୀଯୋଗଳଙ୍କ ଲାଗି ଭଲ ଦିନଟିଏ ।

ସିଂହ : ବ୍ୟବସାୟରେ ଆଗକୁ ବଢିବା ପାଇଁ ନୂଆ ସୁଯୋଗ ପାଇବେ । ଶାରୀରିକ ଓ ମାନସିକ ଦୃଷ୍ଟିରୁ ଠିକ୍ ରହିବେ । ଜମି ଦଲାଲ ବକେୟା ଅର୍ଥ ପାଇବେ । ଘରକୁ ବନ୍ଧୁ ଆସିବେ ।

କନ୍ୟା : ମନରେ ବହୁତ ସକରାତ୍ମକ ଭାବନା ଆସିବ । ନିଜର ଦାୟିତ୍ୱ ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ । ଧନପ୍ରାପ୍ତିର ଯୋଗ ରହିଛି । ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ ।

ତୁଳା : ଆପଣ ଯାହା ଚାହିଁବେ ତାହା ହାସଲ କରିପାରିବେ । ପାରିବାରିକ ଜୀବନ ସୁଖକର ହେବ । ବ୍ୟବସାୟରେ ସ୍ଥିରତା ରହିବ । ଛାତ୍ରଛାତ୍ରୀଙ୍କର ଲେଖାପଢାରେ ମନ ଲାଗି ନ ପାରେ ।

ବିଛା : ଅଫିସ କାମରେ ଉପସ୍ଥିତ କର୍ମଚାରୀ ସାହାର୍ଯ୍ୟ କରିବେ । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ । ପରିବାରରେ ନୂଆ ଦାୟିତ୍ୱ ଗ୍ରହଣ କରିବେ ।

ଧନୁ : ଆତ୍ମବିଶ୍ୱାସ ଓ ଆଶାଯୁକ୍ତ ଦିନଟିଏ । କିଛି ନୂଆ ଅଭିଜ୍ଞତା ହାସଲ କରିବେ । କାର୍ଯ୍ୟକ୍ଷେତ୍ରରେ ନୂଆ କୌଶଳ ଗ୍ରହଣ କରନ୍ତୁ ଆର୍ଥିକ ସ୍ଥିତିରେ ସୁଧାର ହେବ ।

ମକର : କର୍ମଜୀବୀ ମହିଳାଙ୍କ ଲାଗି କାମର ବୋଝ କମ ରହିବ । ରାଜନୀତିରେ ଆର୍ଥିକ ଲାଭ ହେବ । ଘରୋଇ ଖର୍ଚ୍ଚ କମିବ । ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ସୁଯୋଗ ପାଇବେ ।

କୁମ୍ଭ : ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ । ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ । ଛାତ୍ରଛାତ୍ରୀଙ୍କର ଲେଖାପଢାରେ ମନ ଲାଗିବ ।

ମୀନ : ପରିସ୍ଥିତି ଅତୀତର ପ୍ରସଙ୍ଗକୁ ଆପଣଙ୍କ ଆଗରେ ଆଣି ଛିଡା କରିଦେବ । ଆପଣଙ୍କ ଚିନ୍ତା ବଢିପାରେ । ବନ୍ଧୁ ଠାରୁ ଆର୍ଥିକ ସହାୟତା ପାଇବେ । ଘରୋଇ ପରିବେଶ ଭଲ ରହିବ ।

Leave a Reply

Your email address will not be published. Required fields are marked *