ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ରେ ପୁଣି ଥରେ ବିଦ୍ୟାଲୟମାନଙ୍କରେ ଦେଖିବାକୁ ମିଳିଛି ଚାଞ୍ଚଲ୍ୟ କର ଘଟଣା । କିଛି ଦିନ ପୁର୍ବରୁ ବହି ବିକ୍ରୀ ଖବର ଅଞ୍ଚଳରେ ଥମୀନଥିବା ବେଳେ ଏବେ ପୁଣି ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରୁ ଆସିଛି ସଙ୍ଗୀନ ଆଭିଯୋଗ । ପିଟି ମାଷ୍ଟର ବିଦ୍ୟାଳୟରୁ ୧୧ଟି ପଙ୍ଖା ଗାଁ ରେ ବିକ୍ରୀ କରି ଖାଇଛନ୍ତି ।
ଏବେ ଖରାରେ ପିଲା ଆଉଟୁ ପାଉଟୁ ହେଉଥିବା ବେଳେ ଶିକ୍ଷକ ମାନଙ୍କ କାରନାମା ଅଂଚଳରେ ଆଚମ୍ବିତ କରିଛି । ଏପଟେ କେମିତି ପ୍ରଧାନ ଶିକ୍ଷୟତ୍ରୀ ଜାଣିପାରିଲେ ନାହିଁ ପଙ୍ଖା ବିକି ଖାଇଦେଲା ପିଟି ମାଷ୍ଟର ? ନା ଜାଣି ଶୁଣି ସବୁ ଚକ୍ରାନ୍ତ କରି ବିକ୍ରି କରିଛନ୍ତି ପଙ୍ଖା ।
ଏବେ ଖାଲି ଦେଖିବାକୁ ବାକିରହିଲା କର୍ଯାନୁଷ୍ଠାନ କେବେ ହେବ । ଖବର ପାଇଁ କୋଇଡା ଡବ୍ଲୁଇଓ ନାଏକ ବାବୁ ଘଟଣାର ତଦନ୍ତ କରି ଫେରାର୍ ଥିବା ପିଟି ମାଷ୍ଟରକୁ ଚିଠି କରିଥିବା କହିଛନ୍ତି ।
