ବିଦ୍ୟାଳୟ ପ୍ରଶାସନର ଦାୟିତ୍ବହୀନତା ଯୋଗୁଁ ଚାଲିଗଲା ନିରୀହ ଶିଶୁର ଜୀବନ

ମାଲକାନଗିରି : ବିଦ୍ୟାଳୟ ପ୍ରଶାସନର ଦାୟିତ୍ବହୀନତା ଯୋଗୁଁ ଚାଲିଗଲା ନିରୀହ ଶିଶୁର ଜୀବନ । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକ୍ ଅଧୀନସ୍ଥ ନନ୍ଦିନୀଗୁଡ଼ା ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନୀଳପାରି ଗାଁ ର ୧୧ ବର୍ଷିୟ ବାଳକ ଶ୍ରୀଧର ଖେମୁଡୁ ନନ୍ଦିନୀଗୁଡା ଆବାସିକ ବିଦ୍ୟାଳୟରେ ରହି ପାଠ ପଢୁଥିଲେ ।

ରବିବାର ସନ୍ଧ୍ୟାରେ ଛାତି ଓ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା । କିନ୍ତୁ ବିଡମ୍ଵନାର ବିଷୟ ହଷ୍ଟେଲରେ ନା ଥିଲେ ପ୍ରଧାନଶିକ୍ଷକ, ନା ୱାର୍ଡେନ । ପରେ ବିଦ୍ୟଳୟର ପାଚିକା ସହାୟକ ଭାବରେ କାର୍ଯ୍ୟରତ ଜଣେ ବ୍ୟକ୍ତି ତାଙ୍କୁ କିଛି ଔଷଧ ଖାଇବାକୁ ଦେଇଥିଲେ । କିନ୍ତୁ ରାତିରେ ପୁଣି ଥରେ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହି ସମୟରେ ଉକ୍ତ ଛାତ୍ରଙ୍କର ପାଟିରୁ ଗରଳ ବାହାରିବା ସହ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ଖବର ପାଇ ଶିକ୍ଷୟିତ୍ରୀ ସଙ୍ଗୀତା ବିଶ୍ବାସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଉକ୍ତ ଘଟଣାରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଅତି ତରବରିଆ ଭାବେ ଆମ୍ବୁଲାନ୍ସକୁ ଡାକି ଶିଶୁଟିକୁ ନିକଟସ୍ଥ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ଶିଶୁଟିକୁ ମୃତ ବୋଲି ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *