ଇଟାଭାଟି ମାଫିଆଙ୍କ କବଜାରେ ବିହାରର ଶିଶୁ ଶ୍ରମିକ

ଜଳେଶ୍ବର : ବାଲେଶ୍ଵର ଜିଲ୍ଲା ଜଳେଶ୍ବର ତହସିଲ ଅଧିନରେ ୧୦୦ରୁ ଅଧିକ ଇଟାଭାଟି । ସେଥିମଧ୍ୟରୁ ବେଆଇନ ଇଟାଭାଟି ସଂଖ୍ୟା ବି କମନୁହେଁ । ସରକାରଙ୍କ ସବୁ ନିତି ନିୟମକୁ ଇଟାଭାଟିର ମାଫିଆ (ମାଲିକ) ମାନେ ଇଟା ପୁଡ଼ିଲାପରି ପୁଢି ପକାଇଛନ୍ତି । ମନେ ହୁଏ ତାଙ୍କଉପରେ କିଛି ଅଙ୍କୁଶ ନାହିଁ ତେଣୁ ଡର ବା କାହାକୁ । ଇଟାଭାଟି ମାଫିଆ (ମାଲିକ) ନିଜର ସ୍ୱାର୍ଥ ସାଧନ ପାଇଁ ସୁଦୂର ବିହାର ରାଜ୍ୟ ତଥା ଜଳେଶ୍ବର ଆଖପାଖ ଅଞ୍ଚଳର ଗରିବ ଛୋଟ ଛୋଟ ପିଲା ଇଟାଭାଟି ମାଫିଆଙ୍କ କବଜାରେ । ପାଠ ପଢିବା ବୟସରେ ପିଲାମାନଙ୍କୁ ଅଳ୍ପ ଅର୍ଥରେ ବିପଦ ପୂର୍ଣ୍ଣ କାର୍ଯ୍ୟ କରାଇ ବଡ଼ ଫାଇଦା ଉଠାଉଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି କାହା ସ୍ୱାର୍ଥ ପାଇଁ ସରକାରଙ୍କ ପରିବେଶ ଆଇନ କୁ ଉଲଂଘନ କରି ବର୍ଷ ବର୍ଷ ଏହି ଟିଣ ଚେମ୍ନୀ ଇଟାଭାଟି ଚାଲିଛି । ଜଳେଶ୍ବର ତହସିଲଦାରଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୫ କି:ମି ଦୂରରେ ରହିଛି ଏହି ଟିଣ ଚେମ୍ନୀ ଇଟାଭାଟି । ଚାଷ ଜମିରୁ ବିନା ଟିକସରେ ମନ ଇଚ୍ଛା ଗଭୀର କରି ମାଟି ନେଇ ନିଜ ଭାଟିରେ ଠୁଳ କରୁଛନ୍ତି । ଗାଁ ଓ ସହର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଇଟାଭାଟି ଗୁଡିକ ରହିଥିବାରୁ ଟିକିଏ ପବନ ବହିଲେ ଭାଟିର ରାବିସ ଗୁଣ୍ଡରେ ପଥଯାତ୍ରୀଙ୍କ ଅବସ୍ଥା ନକହିଲେ ଭଲ । ତେବେ ଏହି ଆଇନ ଉଲଂଘନ କାରୀଙ୍କ ଉପରେ କେବେହେବ କାର୍ଯ୍ୟାନୁଷ୍ଠାନ । ତେବେଯାଇ ଭାଗ୍ୟ ପରିବର୍ତ୍ତନ ହେବ ଏ କମଳ ମଟି ପିଲାଙ୍କ ଜୀବନ

Leave a Reply

Your email address will not be published. Required fields are marked *