ପାକିସ୍ତାନୀ ଡ୍ରୋନକୁ ଗୁଳି

ନୂଆଦିଲ୍ଲୀ: ଆଜି ସକାଳେ ଗୁଜୁରାଟର କଛ ଜିଲ୍ଲାରେ ପାକିସ୍ତାନର ଏକ ମାନବ ରହିତ ଉଡାଜାହଜ (ୟୁଏଭି) (ଡ୍ରୋନ୍)କୁ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ଗୁଳିକରି ଖସାଇ ଦିଆଯାଇଥିବା ଜଣାଯାଇଛି। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟରେ ଜୈସର ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯିବାର କିଛି ସମୟ ପରେ ଘଟିଥିଲା।

ଏହି ମାନବରହିତ ଉଡାଜାହଜ (ୟୁଏଭି)କୁ କଛ ଜିଲ୍ଲାର ଅବଦସା ତହସିଲ ଅନ୍ତର୍ଗତ ନାଂଗଟାଟାଡ ପାଖରେ ଦେଖିବାକୁ ମିଳିଥିଲା। ପ୍ରଥମେ ସକାଳ ପ୍ରାୟ ଛଅଟା ସମୟରେ ସେହି ଅଞ୍ଚଳର ଗ୍ରାମବାସୀ ଏ ସଂପର୍କରେ ଜାଣିବାକୁ ପାଇଥିଲେ। ତା’ପରେ ପାକିସ୍ତାନର ଏହି ମାନବରହିତ ଉଡାଜାହଜ (ୟୁଏଭି)କୁ ଭାରତୀୟ ସଶସ୍ତ୍ର ବାହିନୀ ଗୁଳି ମାରିଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ କେଉଁ ପରିସ୍ଥିତିରେ ଏହି ମାନବରହିତ ଉଡାଜାହଜ (ୟୁଏଭି) ଭାରତକୁ ଆସିଥିଲା ତାର ତଦନ୍ତ କରାଯାଉଛି। ତେବେ ଅଧିକାରୀଜଣକ ଏହି ସଂପର୍କରେ ଅଧିକ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି। ଖୁବ୍ ଶୀଘ୍ର ଏ ସଂପର୍କରେ ଖୁଲାସା ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *