ମନମୋହିଲା ନାଟକ “ଅକୁହା କାହାଣୀ ଶୁଣିବ କିଏ”

ସୋର : ସିମୁଳିଆ ରଙ୍ଗ ମଞ୍ଚରେ ବହୁ ଚର୍ଚ୍ଚିତ ସର୍ବେଶ୍ବର ଦାସଙ୍କ ରଚିତ ହସକାନ୍ଦ ଭରା ପାରିବାରିକ ନାଟକ ‘ଅକୁହା କାହାଣୀ ଶୁଣିବ କିଏ’ ମଞ୍ଚସ୍ଥ ହୋଇଛି । ଶୁକ୍ରବାର ରାତିରେ ସିମୁଳିଆ ସ୍କୁଲ ପଡ଼ିଆ ନବ ଜ୍ୟୋତି ଲୋକ ନାଟ୍ୟ
ସଂସ୍ଥା ପକ୍ଷରୁ ନାଟକ ମଞ୍ଚସ୍ଥ ହୋଇଥିଲା । ନାଟକର ନିର୍ଦ୍ଦେଶନାଭାର ସମ୍ଭାଳି ଥିଲେ ଅନ୍ନପୂର୍ଣ୍ଣା ଥିଏଟରର ବରିଷ୍ଠ କଳାକାର ଜ୍ଞାନରଞ୍ଜନ କର । ଶିକ୍ଷକ ଭରତ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ ।

ନାୟକ ଭୂମିକାରେ ବନମାଳୀ ବାରିକ, ମାନସ ଦାସ, ବିପିନ ବାରିକ, ପ୍ରଫୁଲ୍ଲ ରାଉତ, ପ୍ରଶାନ୍ତ ଦାସ ଓ କାଳିଆ ସାହୁ ଅଭିନୟ କରିଥିଲେ । ଖଳନାୟକ ଭୂମିକାରେ ଭଗବାନ ପଣ୍ଡା, ବିନୁ ପୁହାଣ, ଶରତ ମହାରଣା, ଲିପୁନ ବେହେରା ଓ ଚରିତ୍ର ଅଭିନେତା ଭାବେ ସୁରେନ୍ଦ୍ର ବେହେରା, ଜ୍ଞାନରଞ୍ଜନ କର ଅଭିନୟ କରିଥିଲେ । ନାଟକରେ ହାସ୍ୟ ଅଭିନେତା ସିଲୁ ବାରିକ ହସାଇ ହସାଇ ଦର୍ଶକଙ୍କୁ ବେଦମ କରାଇଥିଲେ । ସହ ହାସ୍ୟ ଅଭିନେତା ରବୀନ୍ଦ୍ର ପୁହାଣ, ଟିକିନା ସାହୁ, ଅଭିନେତ୍ରୀ ଭାବେ କୁନି, ରାକ୍ଷୀ, ପୁଷ୍ପା ଓ କୁସୁ ଅଭିନୟ କରିଥିଲେ । ବସନ୍ତ ବେହେରା, ନରେନ୍ଦ୍ର ସାହୁ, ସତ୍ୟବାନ ରାଉତ, ରାଜେନ୍ଦ୍ର ରାଉତ, ପୁଣ୍ଟିଆ ସାହୁ, ଶ୍ରୀକାନ୍ତ ପଣ୍ଡା, ଅନାମ ପ୍ରସାଦ ବାରିକ, ସମିତି ସଭ୍ୟ ସତ୍ୟ ସାହୁ, ଟୁକୁନା ରାଉତ, ମହେଶ୍ବର ସଙ୍ଖୁଆ, ଶରତ ବାରିକ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *