ମେଷ : ଆଜି ଆନୁଷଙ୍ଗିକ ସାହାର୍ଯ୍ୟ ସହଯୋଗ ଲାଭ କରି କାମଗୁଡିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବ ନାହିଁ । ବନ୍ଧୁମାନଙ୍କ ପରାମର୍ଶାନୁସାରେ ପାରିବାରିକ ଝାମେଲା ସମାଧାନ ଆଡକୁ ଗତି କରିବ । କୃହି, ବ୍ୟବସାୟ, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପରିସ୍ଥିତିକୁ ସମ୍ବାଳି ନେବେ ।
ବୃଷ : ମାନସିକ ସ୍ଥିତି ଭଲ ନ ଥିବା କାରଣରୁ ଘରେ କିମ୍ବା ଅଫିସରେ ଏକ ସାଧାରଣ କଥାରେ ବିତର୍କ ହୋଇପାରେ । ସାଙ୍ଗଠନିକ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଖଳପ୍ରକୃତି ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି । ବ୍ୟବସାୟ, ପରିବହନ, ଗମନାଗମନ ଓ ଜମିଜମା କ୍ଷେତ୍ରରେ ବିବାଦର ସମ୍ମୁଖୀନ ହୋଇପାରନ୍ତି ।
ମିଥୁନ : ପ୍ରତ୍ୟୁଷରୁ ବନ୍ଧୁମାନଙ୍କ ସହ ସକାଳୁଆ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ । ଦେହ ଭଲ ରହିବ, ମାତ୍ର କଠିନ ପରିଶ୍ରମ ଜନିତ କ୍ଳାନ୍ତିବୋଧ କରିପାରନ୍ତି । କର୍ମକ୍ଷେତ୍ରରେ ଛୋଟ ଛୋଟ କଥାକୁ କେନ୍ଦ୍ର କରି ମାନସିକ ଦ୍ୱନ୍ଦ୍ୱ ଲାଗି ରହିପାରେ । ପଡୋଶୀଙ୍କ ସହାୟତାରେ ନୂତନ ବୌବାହିକ ସମ୍ପର୍କ ସ୍ଥାପନ ହୋଇଯିବ ।
କର୍କଟ : ଆଜିର କର୍ମକ୍ଷେତ୍ରରେ ମନ ବୁିଝିଲା ଭଳି କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ । ଅଫିସ କାମର ବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ । ପରିଜନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ସାଙ୍ଗକୁ ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବା କାରଣରୁ ଆର୍ଥିକ ଅଭାବ ଦେଖାଦେଇପାରେ ।
ସିଂହ : ବନ୍ଧୁଙ୍କ ସାହାର୍ଯ୍ୟରୁ କାମ ହାସଲ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଅର୍ଥର ଅଭାବ ଲାଗି ରହିଥିଲେ ମଧ୍ୟ ଆବଶ୍ୟକତା ଠିକ୍ ସମୟରେ ପୂରଣ ହୋଇଯିବ । ପରିବାରରେ ପୁତ୍ରକନ୍ୟାଙ୍କ ହେତୁ ମାନସିକ ସ୍ଥିତି ଭଲ ରହି ନ ପାରେ । ପାରିପାର୍ଶ୍ବିକ ପରିସ୍ଥିତି କେତେକାଂଶରେ ଭଲ ରହିବାର ସୂଚନା ରହିଛି ।
କନ୍ୟା : ସମସ୍ୟା ଜଡିତ ହେଲେ ମଧ୍ୟ ପ୍ରତ୍ୟେକ କାମକୁ କୌଶଳରେ ହାସଲ କରିବେ । ଯାନବାହନରେ ଲାଭ, ଦୋକାନ ବାଡିରେ ଉନ୍ନତି ସାଙ୍ଗକୁ ଗୃହ ଭୂମି ଲାଭ ଯୋଗ ରହିଛି । ପ୍ରଶାସନ, କଚେରି ମାମଲା ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । କ୍ରୀଡା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ହୋଇଯିବ ।
ତୁଳା : ସକାଳୁ ସକାଳୁ କୌଣସି ଖବର ପାଇ ମନ ଖୁସି ହୋଇଯିବ । ପ୍ରତ୍ୟେକ ଶେକ୍ଷତ୍ରରେ ଅନମ୍ୟମାନଙ୍କ ସହ ନିଜକୁ ଆଡ୍ଜଷ୍ଟ କରାଇ ଚଳିବା ଭଲ ହେବ । କଳା, ସଙ୍ଗୀତ ଆସର, ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ ।
ବିଛା : ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ଆଜିର କାମଗୁଡିକ ସହଜ ଓ ସୁବିଧାରେ ହୋଇଯିବ । ଅପ୍ରିୟ ସତ୍ୟ କଥାରେ ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । କର୍ମକ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ । ପାଖରେ ଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ ।
ଧନୁ : ଆଜି ଆପଣଙ୍କୁ ସାହାର୍ଯ୍ୟ ସହେଯାଗର ଅଭାବ ରହିବ ନାହିଁ । ବୃଥା ଭାବନାରେ ଭାସିଯାଇ ମାନସିକ ଚିନ୍ତାଧାରାକୁ ବିକ୍ଷିପ୍ତ କରିପାରନ୍ତି । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଖୁସି ରହିବେ । କର୍ମକ୍ଷେତ୍ରେରେ ସମ୍ମନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି । ଅପରାହ୍ନେ ସୁଖବର ଆସିପାରେ ।
ମକର : ଶୁଭ ଗ୍ରହ ପ୍ରଭାବରୁ ଆଜି ଯାହାକୁ ଯାହା ମାଗିବେ, ସେହି ବ୍ୟକ୍ତି କଦାପି ମନା କରିବ ନାହିଁ । ଅବଶ୍ୟ ପରିବାରର ଲୋକମାନେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଭୁଲ ବୁଝିପାରନ୍ତି । କର୍ମକ୍ଷେତ୍ରରେ ପରସ୍ପର ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ । ଅର୍ଥାଭାବ କାରଣରୁ ଚଳିବାରେ ଅଣନିଃଶ୍ୱାସୀ ହୋଇପାରନ୍ତି ।
କୁମ୍ଭ : ଚାହୁଁଥିବା କାମଟି ଠିକ୍ ସମୟରେ ନ ହୋଇପାରିବା କାରଣରୁ ମନ ଭଲ ଲାଗିବ ନାହିଁ । ପିଲାମାନଙ୍କ ବୌବାହିକ କାର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିର କରିବା ସକାଶେ ଚିନ୍ତା କରିବେ । କେତେକ ସାଧାରଣ ଅସୁବିଧା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ବ୍ୟବସାୟ ଓ ପରିବହନ ପାଇଁ କୌଣସି ଅସୁବିଧା ହେବନାହିଁ ।
ମୀନ : ବନ୍ଧୁଙ୍କ ପ୍ରାୟୋଜିତ କୌଣସି ନୂତନ କାମରେ ମନଦେବା ପାଇଁ ମନସ୍ଥ କରିବେ । ସମସ୍ୟା ଥିବା କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ । ସାମାଜିକ ସ୍ତରରେ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ । ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି ।
